ଓଡ଼ିଶାଲାଇଭ୍ ବ୍ୟୁରୋ

ଏ ବର୍ଷ ବି ଫିକା ପଡ଼ିବ ସରସ୍ଵତୀ ପୂଜା । କୋଭିଡ଼ କଟକଣା ମଧ୍ୟରେ କରାଯିବ ପୂଜା ପାଇଁ ଆୟୋଜନ। କୋଭିଡ କଟକଣା ମଧ୍ୟରେ କେବଳ ସ୍କୁଲ ଓ ଶିକ୍ଷାନୁଷ୍ଠାରେ ହେବ ସରସ୍ଵତୀ ପୂଜା। ରାଜ୍ୟ ସରକାର ଫେବ୍ରୁଆରି ମାସ ପାଇଁ କୋଭିଡ ଗାଇଡ ଲାଇନ ଜାରି କରିବା ପରେ ଏହା ସ୍ପଷ୍ଟ ହୋଇଛି।

ଆଗମୀ ସରସ୍ଵତୀ ପୂଜା ପାଇଁ ମଧ୍ୟ କଟକଣା ଲାଗୁ କରାଯାଇଛି। କେବଳ ସ୍କୁଲ ଓ ଶିକ୍ଷାନୁଷ୍ଠାନଗୁଡ଼ିକରେ ସରସ୍ଵତୀ ପୂଜା କରାଯାଇପାରିବ। ଏହା ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ପୂଜା ପାଇଁ ଅନୁମତି ନାହିଁ।

କୋଭିଡ ନିୟମ ପାଳନ କରି ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ ସରସ୍ଵତୀ ପୂଜା ପାଳନ କରିବାକୁ ଗାଇଡ ଲାଇନରେ ଉଲ୍ଲେଖ କରାଯାଇଛି। ସ୍କୁଲ ଓ ଶିକ୍ଷାନୁଷ୍ଠାନମାନଙ୍କରେ ପୂଜା ସମୟରେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ପୂଜା କରିବାକୁ ଚାହୁଁଥିବା ବ୍ୟକ୍ତି ନିଜ ଘର ମଧ୍ୟରେ ସରସ୍ଵତୀ ପୂଜା ପାଳନ କରିବାକୁ ପରାମର୍ଶ ଦିଆଯାଇଛି।

ରାଜ୍ୟରେ କୋଭିଡ ସଂକ୍ରମଣ ହାର କମିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ବିପଦ ଟଳି ନାହିଁ। ସୋମବାର ରାଜ୍ୟରେ ୧୮ ଜଣ କୋଭିଡ଼ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ କୋଭିଡ଼ କଟକଣାକୁ ବଳବତ୍ତର ରଖାଯାଇଥିବା କୁହାଯାଇଛି।

Comment