ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନାରେ ଲୋକଙ୍କ ପାଖରେ ଖବର ପହଞ୍ଚାଇବାରେ ତତ୍ପର ରହିଛନ୍ତି ସାମ୍ଵାଦିକ। ଏହା ମଧ୍ୟରେ ଉତ୍ତରପ୍ରଦେଶର ଆଗ୍ରାରେ କରୋନା ଯୋଗୁଁ ଜଣେ ସାମ୍ଵାଦିକ ପ୍ରାଣ ହରାଇଛନ୍ତି। ସାମ୍ଵାଦିକ ଜଣକ ଗୋଟେ ଖବରକାଗଜରେ କାର୍ଯ୍ୟରତ ଥିଲେ।

କରୋନା ଆକ୍ରାନ୍ତ ହେବା ପରେ ତାଙ୍କୁ ଏସ୍‌ଏନ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଥିବା କରୋନା ଓ୍ଵାର୍ଡରେ ତାଙ୍କୁ ଚିକିତ୍ସା କରାଯାଉଥିଲା। ଗୁରୁବାର ତାଙ୍କ ଦେହ ଅଧିକ ଅସୁସ୍ଥ ହୋଇଥିଲା। ପରେ ତାଙ୍କ ମୃତ୍ୟୁ ହୋଇଥିଲା।

ଏହାସହ ବର୍ତ୍ତମାନ ଉତ୍ତରପ୍ରଦେଶରେ ୩ ହଜାର ୭୧ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧,୨୫୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଏଯାଏଁ ୬୨ ଜଣଙ୍କ ମୃତ୍ୟୁ ହୋଇଛି।

Comment