ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଜ୍ୟରେ କରୋନା ସଂକ୍ରମଣ ତିନି ହଜାର ପାର୍
  • ଖୋର୍ଦ୍ଧାରୁ ସର୍ବାଧିକ ୧୨୨୩ ପଜିଟିଭ୍ ଚିହ୍ନଟ
  • ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିଲା

ଓଡ଼ିଶାରେ କରୋନା ସଂକ୍ରମଣ ତୀବ୍ର ବେଗରେ ବଢ଼ିବାରେ ଲାଗିଛି। ମାତ୍ର ୧୦ ଦିନରେ ରାଜ୍ୟରେ ସଂକ୍ରମଣ ତିନି ଅଙ୍କ ଛୁଇଁଛି। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ରାଜ୍ୟରୁ ୩ ହଜାର ୬୭୯ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏଥିମଧ୍ୟରୁ କ୍ଵାରେଣ୍ଟିନ୍ ସେଣ୍ଟରରୁ ୨ ହଜାର ୧୪୮ ଜଣ ରହିଥିବା ବେଳେ ଲୋକାଲ୍ କଣ୍ଟାକ୍ଟ ରହିଛି ୧୫୩୧। ସେହିପରି ୧୮ ବର୍ଷରୁ କମ୍ ବୟସର ୩୮୪ ଜଣ କରୋନା ପଜିଟିଭ୍ ବାହାରିଛନ୍ତି।

ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରେ ଦୈନିକ ସଂକ୍ରମଣ ସର୍ବାଧିକ ରହିଛି। ୨୪ ଘଣ୍ଟାରେ ଜିଲ୍ଲାର ସଂକ୍ରମଣ ତିନି ଅଙ୍କ ପାର୍ କରି ୧୨୨୩ ଜଣ କରୋନା ପଜିଟିଭ୍ ବାହାରିଛନ୍ତି। ଖୋର୍ଦ୍ଧା ପରେ ସୁନ୍ଦରଗଡ଼ରୁ ୫୮୨ ଜଣ, ସମ୍ଵଲପୁରରୁ ୩୭୨ ଜଣ ଏବଂ କଟକରୁ ୩୧୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଅନ୍ୟ ଜିଲ୍ଲାଗୁଡ଼ିକରୁ ମଧ୍ୟ ଏକାଧିକ କରୋନା ପଜିଟିଭ୍ ବାହାରିଛନ୍ତି।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୬୬ ହଜାର ୧୫୫ରେ ପହଞ୍ଚିଛି। ସେଥିମଧ୍ୟରୁ ଏଯାବତ୍ ୧୦ ଲକ୍ଷ ୪୫ ହଜାର ୯୭୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ରାଜ୍ୟରେ ୧୧,୬୬୩ ଟି କରୋନାର ସକ୍ରିୟ କେସ୍ ରହିଛି।

Comment