ଓଡ଼ିଶାଲାଇଭ ବ୍ୟୁରୋ

ଖୋଲିବ ତାଜମହଲ। ଆସନ୍ତା ସୋମବାରଠାରୁ ପର୍ଯ୍ୟଟକମାନେ ତାଜ ମହଲ ଦେଖିପାରିବେ। କରୋନା ଯୋଗୁଁ ଦୀର୍ଘ ୬ ମାସ ବନ୍ଦ ରହିବା ପରେ ଏବେ ଜାତୀୟ ଓ ଆନ୍ତର୍ଜାତୀୟ ପର୍ଯ୍ୟଟକମାନେ ଏବେ ଏଠାକୁ ଆସି ପାରିବେ। ତେବେ ଏଥିରେ ବେଶୀ ଖୁସି ଅଛନ୍ତି ଆଗ୍ରାର ମାର୍ବଲ ବ୍ୟବସାୟୀ କାରଣ ଲକଡ଼ାଉନ ଯୋଗୁଁ ଦୀର୍ଘ ସମୟ ଧରି ସେମାନଙ୍କର ବ୍ୟବସାୟ ବନ୍ଦ ହୋଇ ପଡ଼ିଥିଲା ଓ ସମସ୍ତେ ହାତ ବାନ୍ଧି ବସିଥିଲେ।

ଲକ ଡାଉନ ପୂର୍ବରୁ ମଧ୍ୟ ମାର୍ବଲ ବ୍ୟବସାୟ ମାଡ଼ ଖାଇଥିଲା ବୋଲି କହିଛନ୍ତି ଆଗ୍ରା ପର୍ଯ୍ୟଟକ ସେବା ଚାମ୍ବରର ସଭାପତି ପ୍ରହ୍ଲାଦ ଅଗ୍ରୱାଲ। ଆଗ୍ରାର ମାର୍ବଲ ବ୍ୟବସାୟ ପ୍ରାୟ୨୦୦୦ କୋଟି ଟଙ୍କାର ବୋଲି ଆକଳନ କରାଯାଇଛି। ଜାନୁଆରିମାସରେ କରୋନା ବ୍ୟାପିବା ପରେ ପରେ ହିଁ ଚୀନରୁ ପର୍ଯ୍ୟଟକ ଆସିବା ବନ୍ଦ ହୋଇଯାଇଥିଲା। ସେହି ହିସାବରେ ମାର୍ବଲ ବ୍ୟବସାୟ ମଧ୍ୟ ମାନ୍ଦା ପଡିଯାଇଥିଲା। ଚୀନ ବ୍ୟତୀତ ନୂଆ ବର୍ଷ ପାଇଁ ଇରାନରୁ ମଧ୍ୟ ପର୍ଯ୍ୟଟକ ଆସିଥାନ୍ତି। ଏବର୍ଷ ସେମାନେ ବି ଆସିନଥିଲେ।BGU

୨୧ତାରିଖରୁ ପର୍ଯ୍ୟଟକମାନଙ୍କ ପାଇଁ ତାଜ ମହଲ ଖୋଲିଲେ ବି ପର୍ଯ୍ୟଟକଙ୍କ ଆସିବା ଉପରେ ମାର୍ବଲ ବ୍ୟବସାୟ ନିର୍ଭର କରୁଛି ବୋଲି କହିଛନ୍ତି ଅଗ୍ରୱାଲ। ଆଗ୍ରାରେ ମାର୍ବଲ ବ୍ୟବସାୟ ଉପରେ ପ୍ରାୟ ୩୫ ହଜାର ପରିବାର ନିର୍ଭର କରିଥାନ୍ତି। ଏହା ସେମାନଙ୍କର ଏଜ କୌଳିକ ବୃତ୍ତି ଓ ପୁରୁଷ ପୁରୁଷ ଧରି ଏହି ବ୍ୟବସାୟରେ ସେମାନେ ଲିପ୍ତ ଅଛନ୍ତି।

Comment