ଓଡ଼ିଶାଲାଇଭ୍ ବ୍ୟୁରୋ

ତାଜମହଲ ଦେଖିବା ପାଇଁ ଗୁଜରାଟରୁ ଯାଇ ଆଗ୍ରାରେ ପହଞ୍ଚିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ ତାଙ୍କର ସ୍ୱତନ୍ତ୍ର ବିମାନ ଏୟାରଫୋର୍ସ ୱାନ୍ ଯୋଗେ ଗୁଜରାଟରୁ ଯାଇ ଆଗ୍ରା ଏୟାରପୋର୍ଟରେ ପହଞ୍ଚିଛନ୍ତି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ପତ୍ନୀ ମେଲାନିଆଙ୍କ ସହିତ ବିମାନରେ ବସି ଆଗ୍ରାରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ବରିଷ୍ଠ ଅଧିକାରୀମାନେ ସ୍ୱାଗତ କରିଛନ୍ତି। ବିମାନବନ୍ଦରରେ ପାରମ୍ପରିକ ନୃତ୍ୟଗୀତ ସହିତ ଟ୍ରମ୍ପକୁ ସ୍ୱାଗତ କରାଯାଇଛି।ଟ୍ରମ୍ପ ବିମାନବନ୍ଦରରୁ ବାହାରି ତାଜମହଲ ଅଭିମୁଖେ ଯାତ୍ରା କରିବେ। ସେଠାରେ ସେ ସପରିବାର ତାଜମହଲ ବୁଲି ଦେଖିବେ। ତାଜମହଲ ବୁଲି ଦେଖିବା ପରେ ସେ ଦିଲ୍ଲୀ ଫେରି ଆସିବେ। ସେଠାରେ ରାଷ୍ଟ୍ରପତି ନିଜର ରାତ୍ରୀଯାପନ କରିବେ। ଏଥିସହିତ ଟ୍ରମ୍ପଙ୍କ ପ୍ରଥମ ଦିନର କାର୍ଯ୍ୟକ୍ରମ ଶେଷ ହୋଇଯିବ।

ଦ୍ୱିତୀୟ ଦିନରେ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ନୂଆଦିଲ୍ଲୀରେ ସାକ୍ଷାତ କରିବା ସହିତ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଶେଷରେ ମଙ୍ଗଳବାର ରାତି ୧୦ଟାରେ ସେ ଆମେରିକା ଫେରିଯିବାର କାର୍ଯ୍ୟକ୍ରମ ରହିଛି।

ଆଗ୍ରା ଯିବା ପୂର୍ବରୁ ଟ୍ରମ୍ପ ଗୁଜରାଟ ଯାଇଥିଲେ। ସେଠାରେ ସେ ସାବରମତୀ ଆଶ୍ରମ ବୁଲି ଦେଖିବା ସହିତ ମୋଟେରାର ସର୍ଦ୍ଦାର ପଟେଲ୍ କ୍ରିକେଟ୍ ଷ୍ଟାଡିୟମ ବୁଲି ଦେଖିଥିଲେ।

Comment