ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ଗର ଖାଇବାକୁ ସମସ୍ତଙ୍କର ମନ ଥାଏ। ହେଲେ ଦୁନିଆରେ ଏଭଳି ବର୍ଗର ରହିଛି ଯାହାର ମୂଲ୍ୟ ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ଏହି ବର୍ଗରର ମୂଲ୍ୟ ୭୦୦ ପାଉଣ୍ଡ ଅର୍ଥାତ ଭାରତୀୟ ମୁଦ୍ରାରେ ୬୩ ହଜାର ଟଙ୍କା ହେବ। ଏହା ବିଶ୍ୱର ସବୁଠୁ ଦାମୀ ବର୍ଗର କୁହାଯାଉଛି।

ଟୋକିଓରେ ଏକ ରେସ୍ତୋରାଁରେ ବିଶ୍ୱର ସବୁଠୁ ମହଙ୍ଗା ବର୍ଗର ବିକ୍ରି ଆରମ୍ଭ ହୋଇଛି। ଔକ ଡୋର ସ୍ଟେକହାଉସରେ ଏହି ବର୍ଗର ବିକ୍ରି ହେଉଛି। ଆସନ୍ତା ଜୁନ ମାସ ପର୍ଯ୍ୟନ୍ତ ଏହି ବର୍ଗର ବିକ୍ରି କରାଯିବ।

ଏହାର ନାଁ ଗୋଲ୍ଡେନ ଜଏଣ୍ଟ ବର୍ଗର ରଖାଯାଇଛି। ଏହାକୁ ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ସାମଗ୍ରୀ ବ୍ୟବହୃତ ହୋଇଥାଏ। ଗୋଲ୍ଡେନ ଜଏଣ୍ଟ ବର୍ଗରରେ ଟ୍ରଫଲ, ପନିର, ଟମାଟର, ପିଆଜ ଏବଂ ମାଂସ ବ୍ୟବହୃତ ହୋଇଥାଏ।

ଏହା ପାଖାପାଖି ୬ ଇଞ୍ଚ ଚଉଡ଼ା ଏବଂ ୧୦ ଇଞ୍ଚ ଲମ୍ବାର ବର୍ଗର। ମୁଖ୍ୟ କଥା ହେଉଛି ଏହି ବର୍ଗର ଜାପାନୀ ସମ୍ରାଟ କ୍ରାଉନ ପ୍ରିନ୍ସ ନରୁହିତଙ୍କ ପାଇଁ ତିଆରି କରାଯାଇଥିଲା।

କୌଣସି ବ୍ୟକ୍ତି ଯଦି ଏହି ବର୍ଗରକୁ ଖାଇବାକୁ ଇଚ୍ଛା କରୁଥିବେ ତାଙ୍କୁ ତିନି ଦିନ ଅପେକ୍ଷା କରିବାକୁ ପଡ଼ିବ। କାରଣ ତିନି ଦିନ ପୂର୍ବରୁ ଅର୍ଡର କଲେ ହିଁ ବର୍ଗର ମିଳିପାରିବ। ବର୍ଗର ମୂଲ୍ୟ ଯେମିତି ସ୍ୱାଦ ବି ସେହିଭଳି ବୋଲି କୁହାଯାଉଛି।

Comment