ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେ ପି ସିଂଦେଓଙ୍କ ସୁସ୍ଥତା କାମନା କରିଛନ୍ତି। ଟୁଇଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସୁସ୍ଥତା ନେଇ କାମନା କରିଛନ୍ତି।  କେପି ସିଂ ଦେଓ ହେଉଛନ୍ତି ଢେଙ୍କାନାଳରେ କଂଗ୍ରେସ ଲୋକସଭା ପ୍ରାର୍ଥୀ ସହ ପୂର୍ବତନ କେନ୍ଦ୍ରମନ୍ତ୍ରୀ।

କେପି ଗତ କିଛିଦିନ ହେବ ଢେଙ୍କାନାଳରେ ମାରାଥନ ପ୍ରଚାର କରୁଥିଲେ। ହଠାତ୍ ସେ ରବିବାର ଅସୁସ୍ଥ ହୋଇପଡ଼ିଥିଲେ। ଏବେ କେପି ସିଂ ଦେଓ ଭୁବନଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି।

ଢେଙ୍କାନାଳ ଲୋକସଭା ଆସନ ଲାଗି କଂଗ୍ରେସର ବରିଷ୍ଠ ନେତା ବ୍ରିଗେଡ଼ିୟର କାମାକ୍ଷା ପ୍ରସାଦ ସିଂହଦେଓ ଏଥର ନିର୍ବାଚନ ଲଢ଼ୁଛନ୍ତି।

କେ.ପି.ସିଂଦେଓ ୧୫ବର୍ଷ ପରେ ପୁଣିଥରେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି। ସେ ପୂର୍ବରୁ ୭ଥର ରାଜ୍ୟସଭା ଓ ଲୋକସଭା ସାଂସଦ ରହିସାରିଛନ୍ତି। ଏହାସହିତ ଅନେକ ସମସୟରେ ସେ କେନ୍ଦ୍ରରେ ବିଭିନ୍ନ ବିଭାଗର ମନ୍ତ୍ରୀ ମଧ୍ୟ ରହିଛନ୍ତି।

୨୦୦୪ରେ କେପି ସିଂହଦେଓ ନିର୍ବାଚନ ଲଢ଼ିଥିଲେ ମାତ୍ର ବିଜେଡି ପ୍ରାର୍ଥୀ ତଥାଗତ ଶତପଥୀଙ୍କଠାରୁ ସେ ପରାସ୍ତ ହୋଇଥିଲେ। ଯାହାପରେ ସେ ଆଉ ନିର୍ବାଚନ ମୈଦାନକୁ ଫେରିନଥିଲେ। ତେବେ ୧୫ବର୍ଷ ପରେ ସିଂହଦେଓଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ପରେ ଜିଲ୍ଲାରେ କଂଗ୍ରେସର ସ୍ଥିତି ଆଗାମୀ ଦିନରେ ଭଲ ହେବ ବୋଲି ଆଶା କରାଯାଉଛି।

Comment