ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ସରିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଓ ଦିନକ ପରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ। ଏହାରି ଭିତରେ ଦେଶର ୫୦ରୁ ଅଧିକ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ନିର୍ବାଚନ ଆୟୋଗଙ୍କ ବିରୋଧରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଚିଠି ଲେଖିଛନ୍ତି।

ପ୍ରଶାସନିକ ଅଧିକାରୀ ମନେ ଚିଠିରେ ଅନେକ ପ୍ରସଙ୍ଗ ଉଠାଇଛନ୍ତି। ବିଶେଷ କରି ଇସିଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇବା ସହ ଚିନ୍ତାପ୍ରକଟ କରିଛନ୍ତି।

ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ମାମଲାରେ ପକ୍ଷପାତିତା ନେଇ ମଧ୍ୟ ସେମାନେ ପ୍ରଶ୍ନ କରିଛନ୍ତି। ସେମାନେ ଚିଠିରେ ନମୋ ଟିଭି, ମୋଦିଙ୍କ ଜିବନୀ ଉପରେ ହେଉଥିବା ଚଳଚ୍ଚିତ୍ରଠୁ ଆରମ୍ଭ କରି ଅନେକ କିଛି ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି।

ସେପଟେ ଏ ନେଇ ଇସିଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

LEAVE A REPLY

Please enter your comment!
Please enter your name here