ଓଡ଼ିଶାଲାଇଭ୍ ବ୍ୟୁରୋ

ରୋଷେଇ କଲାବେଳେ କିଛି ଲୋକ ପନିପରିବାକୁ ଅଧିକ ସିଝାଇ ଦେଇଥାନ୍ତି। ଫଳରେ ଏଥିରେ ଥିବା ଭିଟାମିନ୍ ନଷ୍ଟ ହୋଇଯାଏ। ଜାଣନ୍ତୁ କେଉଁ ପରିବା କେତେ ମାତ୍ରାରେ ସିଝାଇବା ଆବଶ୍ୟକ।

ଫଳ ଓ ପନିପରିବାରେ ଆବଶ୍ୟକ ପରିମାଣରେ ପୋଷକତତ୍ୱ ଭରି ରହିଥାଏ। ଏହା ଶରୀର ପାଇଁ ବହୁତ ଆବଶ୍ୟକ ହୋଇଥାଏ। ଶରୀରରେ ଏହାର ମାତ୍ରା କମ୍ ହେଲେ ଅନେକ ରୋଗର ଶୀକାର ହେବାକୁ ପଡ଼ିଥାଏ। ଜାଣନ୍ତୁ କେଉଁ ପରିବା କେତେ ମାତ୍ରାରେ ସିଝାଇବା ଆବଶ୍ୟକ।

ପାଳଙ୍ଗ: ଅଧିକ ସମୟ ରୋଷେଇ କଲେ ପାଳଙ୍ଗର ୬୪% ଭିଟାମିନ୍ ନଷ୍ଟ ହୋଇଯାଇଥାଏ। ତେଣୁ ଏହାକୁ ଢାଙ୍କି ୨-୩ ମିନିଟ୍ ଯାଏଁ ରାନ୍ଧନ୍ତୁ। ପାଳଙ୍ଗ କାଟିବା ପୂର୍ବରୁ ପାଣିରେ ଭିଜାଇ ଭଲ ଭାବରେ ଧୋଇନିଅନ୍ତୁ ।

ବାଇଗଣ: ବାଇଗଣରେ ପ୍ରଚୁର ପରିମାଣର ରୋଗ ପ୍ରତିରୋଧକ ଶକ୍ତି ଭରି ରହିଥାଏ। ତେଣୁ ଏହାକୁ ଖାଦ୍ୟରେ ନିୟମିତ ଭାବେ ସାମିଲ କଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ତେବେ ଏହାକୁ ଅଧିକ ଶିଝାଇଲେ ବାଇଗଣରେ ଥିବା ଭିଟାମିନ୍ ନଷ୍ଟ ହୋଇଥାଏ।। ଅଧିକ ସିଝାଇବା ଦ୍ୱାରା ଏହାର ପୌଷ୍ଟିକତା କମିଥାଏ।

କ୍ୟାପସିକମ୍: କ୍ୟାପସିକମ୍ରେ ଭିଟାମିନ୍ ସି’ ଭରପୁର ମାତ୍ରାରେ ଥାଏ। କିନ୍ତୁ ଏହାକୁ ୩୭୫ ଡିଗ୍ରୀରୁ ଅଧିକ ତାପମାତ୍ରାରେ ରୋଷେଇ କଲେ ଏଥିରେ ଥିବା ସମସ୍ତ ପୌଷ୍ଟିକ ତତ୍ତ୍ୱ ନଷ୍ଟ ହୋଇଯାଏ। ତେଣୁ ହାଲକା ଭାବେ ଭାଜି ବା ସାଲାଡ୍ର ପକାଇ ଏହାକୁ ଖାଆନ୍ତୁ।

ସାଲଗମ: ସାଲଗମରେ ପୋଷକ ତତ୍ତ୍ୱ ଏବଂ ରୋଗ ପ୍ରତିରୋଧକ ଶକ୍ତି ଭରପୁର ଥାଏ । ତେବେ ଏହାକୁ କଞ୍ଚା ଖାଇବା ଆବଶ୍ୟକ। ନହେଲେ ହାଲକା ଭାବେ ଭାଜି ଖାଇପାରିବେ।

ବ୍ରୋକୋଲି: ଏଥିରେ ଭିଟାମିନ୍ ସି ଓ କ୍ୟାଲସିୟମ ରହିଥାଏ। ସଲଫୋରାଫେନ୍ ନାମକ ଏକ ପ୍ରକାର ତତ୍ତ୍ୱ ଥାଏ ଯାହାକି ରକ୍ତଚାପକୁ କମାଏ। କିନ୍ତୁ ଏହାକୁ ରାନ୍ଧିଲେ ସେଥିରେ ଥିବା ସଲଫୋରାଫେନ୍ ୭୦% କମିଯାଏ।

କଲରା: ଅନେକ ଲୋକେ କଲରାକୁ ଛାଣି କରି ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଏହି ଚିପ୍ପ ଖାଇଲେ କଲରାର କୌଣସି ପ୍ରକାର ପୌଷ୍ଟିକତା ସେଥିରୁ ମିଳେନାହିଁ। ତେଣୁ କଲରାକୁ ସିଝାଇ ବା ଭଜା କରି ଏହାକୁ ଖାଆନ୍ତୁ।

Comment