ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋcoursty- @samajwadi party

ଗୋଟିଏ ପଟେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ସାରାଦେଶରେ ମତଦାନ ହେଉଥିବା ବେଳେ ଅନ୍ୟପଟେ ତୃତୀୟ ପର୍ଯ୍ୟାୟ ଲାଗି ଜୋର ଧରିଛି ପ୍ରଚାର।

ଲକ୍ଷ୍ନୌ ରେ ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ଓ ଲକ୍ଷ୍ନୌ ଲୋକସଭା ଆସନ ଲାଗି ଏସପି ବିଏସପିଙ୍କ ସମର୍ଥକ ପୁନମ୍ ସିହ୍ନା ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ମଙ୍ଗଳବାର ପୁନମ ସମାଜବାଦି ଦଳରେ ସାମିଲ ହୋଇଥିଲେ। ଏହାପରେ ତାଙ୍କୁ ଲକ୍ଷ୍ନୌ ଲାଗି ମହାମେଣ୍ଟର ପ୍ରାର୍ଥୀ କରାଯାଇଥିଲା। ଅନ୍ୟପଟେ କଂଗ୍ରେସ ଆଚାର୍ଯ୍ୟ ପ୍ରମୋଦଙ୍କୁ ନିଜର ପ୍ରାର୍ଥୀ କରିଛି।

ଆଜି ପୁନମ ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ଏକ ରୋଡ ସୋ କରିଥିଲେ। ଏହି ରୋଡ ସୋରେ ପୁନମଙ୍କ ସହ ସ୍ୱାମୀ ଶତ୍ରୁଘ୍ନ ସିହ୍ନା ଓ ଡିମ୍ପଲ ଯାଦବ ସାମିଲ ଥିଲେ। ଏହାସହିତ ଏହି ରୋଡ ସୋ ମହାମେଣ୍ଟକୁ ସମର୍ଥନ କରୁଥିବା ବହୁ ସଂଖ୍ୟାରେ ସମର୍ଥକ ଉପସ୍ଥିତ ଥିଲେ।

Comment