ଓଡ଼ିଶାଲାଇଭ୍ ବ୍ୟୁରୋ

ଟାଇଫଏଡ୍ ଜୀବାଣୁକୁ ସାଲମୋନେଲା ଟାଇଫି କୁହାଯାଏ। ଏହି ଜୀବାଣୁ ପାଟି ଭିତରେ ଦେଇ ପ୍ରବେଶ କରିଥାଏ। ଏହି ଜୀବାଣୁ ୩ ସପ୍ତାହ ଧରି ଶରୀର ମଧ୍ୟରେ ରହିଥାଏ। ଟାଇଫଏଡର ଲକ୍ଷଣ ପ୍ରଥମରୁ ସାମାନ୍ୟ ଜ୍ୱରରୁ ଆରମ୍ଭ ହୋଇଥାଏ।

ଏହାପରେ ବିନ୍ଧାଛିଟା, ମୁଣ୍ଡ ବିନ୍ଧା ଆଦି ହୋଇଥାଏ। ଟାଇଫଏଡ୍ ଏକ ସଂକ୍ରମଣକାରୀ ରୋଗ। ଏହା ଜଣେ ମଣିଷରୁ ଆଉଜଣେ ମଣିଷକୁ ବ୍ୟାପିଥାଏ। ଯଦି ଟାଇଫଏଡର ଲକ୍ଷଣ ଜାଣି ବି ଏହାର ଚିକିତ୍ସା କରିବାରେ ଡେରି ହୁଏ, ତେବେ ୪ ମାସ ଭିତରେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥାଏ। ଜାଣନ୍ତୁ ଟାଇଫଏଡର ଲକ୍ଷଣ:

ପ୍ରାଥମିକ ଅବସ୍ଥା: ଟାଇଫଏଡର ପ୍ରାଥମିକ ଅବସ୍ଥାରେ ସାମାନ୍ୟ ଜ୍ୱର ହୋଇଥାଏ। ଏହାପରେ ଶରୀର ବିନ୍ଧାଛିଟା, ମୁଣ୍ଡବିନ୍ଧା ଆଦି ଲକ୍ଷଣ ଦେଖାଦିଏ।

ଏହାର ଦ୍ୱିତୀୟ ପର୍ଯ୍ୟାୟରେ ଜ୍ୱର ଅଧିକ ହୋଇଥାଏ। ଜ୍ୱର ୪୦ ଡିଗ୍ରୀରୁ ୧୦୪ ଡିଗ୍ରୀ ମଧ୍ୟରେ ହେବାର ଆଶଙ୍କା ଥାଏ।

ତୃତୀୟ ପର୍ଯ୍ୟାୟରେ ବ୍ୟକ୍ତିଜଣକଙ୍କର ଶରୀର ଅଧିକ ଖରାପ ହୋଇଥାଏ। ୨୪ ଘଣ୍ଟା ଧରି ଜ୍ୱର ଲାଗି ରହିଥାଏ।

ଟାଇଫଏଡ୍ ଜ୍ୱର ସାଧାରଣତଃ ୧ରୁ ୨ ସପ୍ତାହ ଧରି ହୋଇ ୩ରୁ ୪ ସପ୍ତାହ ପର୍ଯ୍ୟନ୍ତ ଲାଗି ରହେ।

୧୦୪ ଫାରେନାଇଟରୁ ଅଧିକ ଜ୍ୱର ହୋଇଥାଏ।

ଭୋକ ଲାଗି ନଥାଏ। ଟାଇଫଏଡ ହୋଇଥିଲେ କିଛି ବି ଖାଇବାକୁ ଇଚ୍ଛା ହୋଇ ନଥାଏ।

ମୁଣ୍ଡ ବିନ୍ଧା ହେବା ବି ଟାଇଫଏଡର ଏକ ଲକ୍ଷଣ। ଆଳସ୍ୟ ଲାଗିଥାଏ। କିଛି କରିବାକୁ ଇଚ୍ଛା ହୋଇ ନ ଥାଏ।

ଛାତିରେ କଫ ଜମିଯାଏ।

ପେଟ କାଟିବା ଭଳି ସମସ୍ୟା ଦେଖାଦିଏ। ବାରମ୍ବାର ପେଟ କାଟିଥାଏ।

Comment