ଓଡ଼ିଶାଲାଇଭ ବ୍ୟୁରୋ

ଛତିଶଗଡ଼ରେ ଦ୍ୱିତୀୟ ପର୍ଯ୍ୟାୟରେ ଗୁରୁବାର ମତଦାନ ଶେଷ ହୋଇଛିା ଏହି ପର୍ଯ୍ୟାୟରେ ଶାନ୍ତିପୂର୍ଣ୍ଣ ଭାବରେ ମତଦାନ ଶେଷ ହୋଇଛିା ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ୭୧ ପ୍ରତିଶତ ମତଦାନ ହୋଇଥିବା ରେକର୍ଡ କରାଯାଇଛିା

ଏହି ପର୍ଯ୍ୟାୟରେ ଛିତିଶଗଡ଼ର ରାଜନାନ୍ଦଗାଓଁ, କାଙ୍କରେ, ମହାସମୁନ୍ଦ ଲୋକସଭାରେ ଆସନରେ ମତଦାନ ହୋଇଥିବା ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ସୁବ୍ରତ ସାହୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲୋ

ମତଦାନ ଶେଷ ହେବା ସହିତ ଏଠାରେ ୩୬ ଜଣ ପ୍ରାର୍ଥୀଙ୍କ ରାଜନୈତିକ ଭାଗ୍ୟ ଇଭିଏମରେ ସିଲ ହୋଇଛିା

ଛିତିଶଗଡ଼ରେ ସମୁଦାୟ ୧୧ଟି ଲୋକସଭା ଆସନ ରହିଛିା ପ୍ରଥମ ପର୍ଯ୍ୟାୟରେ ବସ୍ତର ଆସନରେ ମତଦାନ ଶେଷ ହୋଇସାରିଛିା ଦ୍ୱିତୀୟ ପର୍ଯ୍ୟାୟରେ ୩ଟି ଆସନରେ ମତଦାନ ହୋଇଛିା ବାକି ୭ଟି ଆସନରେ ଏପ୍ରିଲ ୨୩ରେ ମତଦାନ ହେବା

ଛତିଶଗଡ଼ ଏକ ମାଓ ପ୍ରବଣ ଅଞ୍ଚଳ ହୋଇଥିବା ସତ୍ତ୍ଵେ ଏଠାରେ ଶାନ୍ତିପୂର୍ଣ୍ଣ ଭାବେ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ଶେଷ ହୋଇଛିା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୨ଦିନ ବାକି ଥିଲାବେଳେ ଏଠାରେ ବଡ଼ ଧରଣର ମାଓ ହମଲା ହୋଇଥିଲା। ଏହି ହମଲାରେ ଜଣେ ବିଜେପି ବିଧାୟକ ପ୍ରାଣ ହରାଇଥିଲୋ

Comment