ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣତଃ ପିଲାଟିଏ ଜନ୍ମ ନେବା ପରେ ତା’ ପାଇଁ ବ୍ୟସ୍ତ ହୋଇପଡ଼ିଥାନ୍ତି ବାପା ମା’। ତା’ର ଲାଳନପାଳନ ପାଇଁ ଅତି ସତର୍କତା ଅବଲମ୍ବନ କରାଯାଇଥାଏ।

ଏଭଳି କ୍ଷେତ୍ରରେ ନବଜାତକମାନଙ୍କର ବାପା ମା’ଙ୍କୁ ସହାୟତା କରିବା ଉଦ୍ଦେଶ୍ୟରେ ଅଷ୍ଟ୍ରେଲିଆର ଦୁଇ ଭଉଣୀ ଅନୀତା ୟାଥ୍ ଏବଂ କବିତା କୁମାର କେବଳ ଶିଶୁଙ୍କ ପାଇଁ ଏକ ନିଆରା ସ୍ପା ଖୋଲିଛନ୍ତି।

ତା’ର ନାମ ରଖାଯାଇଛି ‘ବେବି ସ୍ପା ପର୍ଥ’। ସେଠାରେ ଛଅ ମାସ ପର୍ଯ୍ୟନ୍ତ ଶିଶୁଙ୍କର ସମସ୍ତ ପ୍ରକାର ଯତ୍ନ ନିଆଯାଇଥାଏ। ଶିଶୁମାନଙ୍କୁ  ତେଲମାଲିସ କରାଯିବା ସହିତ ସେମାନଙ୍କୁ ବାଥଟବରେ ପହଁରିବାର ଅଭ୍ୟାସ କରାଯାଇଥାଏ।

ଏହାଦ୍ୱ୍ୱାରା ଶିଶୁର ମାଂସପେଶୀ ସୁଦୃଢ଼ ହେବା ସହିତ ତାକୁ ଆରାମ ଲାଗିଥାଏ।

ସ୍ପା ସଂପର୍କରେ ଅନୀତା ଏବଂ କବିତା କହନ୍ତି ଯେ, ଲଉରା ସେଭେନ୍ସଙ୍କ ଦ୍ୱାରା ସେମାନେ ଏହାକୁ ପ୍ରତିଷ୍ଠା କରିବାକୁ ପ୍ରେରଣା ପାଇଥିଲେ। ଲଉରା ଲଣ୍ଡନରେ ଶିଶୁମାନଙ୍କ ପାଇଁ ବିଶ୍ୱର ପ୍ରଥମ ସ୍ପା ଖୋଲିଛନ୍ତି। ଅନ୍ୟପଟେ ବର୍ତ୍ତମାନ ଇନଷ୍ଟାଗ୍ରାମରେ ‘ବେବି ସ୍ପା ପର୍ଥ’ର ପ୍ରାୟ ୩୦ ହଜାର ଅନୁଗାମୀ ରହିଛନ୍ତି।

Comment