ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡରେ ଗୋଟିଏ ପରେ ଗୋଟିଏ ସଫଳ ଫିଲ୍ମ ଦେଇ ଚାଲିଛନ୍ତି ଅଭିନେତ୍ରୀ କୃତି ସାନନ୍। ତାଙ୍କର ସଫଳ ଫିଲ୍ମ ଭିତରେ ‘ଲୁକାଛୁପି’ ଅନ୍ୟତମା ଏହି ଫିଲ୍ମର ସଫଳତା ପରେ ତାଙ୍କ ଲାଇଫ୍ ଏକଦମ ବଦଳି ଯାଇଥିବା କହୁଛନ୍ତି କୃତି ସାନନ୍।

ତାଙ୍କ କହିବା ଅନୁସାରେ ସେ ସବୁ ଫିଲ୍ମରେ ନିଜର ବେଷ୍ଟ ଦେବାକୁ ଚେଷ୍ଟା କରନ୍ତିା ନିକଟରେ ରିଲିଜ ହୋଇଥିବା ତାଙ୍କ ଫିଲ୍ମ ‘ଲୁକାଛୁପି’ ବେଶ୍ ସଫଳତା ହାସଲ କରିଥିଲା। ବକ୍ସ ଅଫିସରେ ଫିଲ୍ମଟି ୧୦୦ କୋଟି ଆୟ କରିବାରେ ସଫଳ ହୋଇଥିଲା।

‘‘ମୁଁ ନିଜକୁ ଭାଗ୍ୟଶାଳୀ ଭାବୁଛି ଦର୍ଶକ ମୋ ଫିଲ୍ମକୁ ଏତେ ଭଲ ପାଇବା ଦେଉଛନ୍ତିା ଦର୍ଶକଙ୍କୁ ଫିଲ୍ମ ପସନ୍ଦ ଆସୁଛିା ଫିଲ୍ମ ବକ୍ସ ଅଫିସରେ ଭଲ ଆୟ କରୁଛିା ଏହା କଳାକାରର ଆତ୍ମବିଶ୍ୱାସ ବଢ଼ାଇଥାଏ’’, ଏକ ସାକ୍ଷାତକାରରେ କହିଛନ୍ତି କୃତିା

ଲୁକାଛୁପି ପୂର୍ବରୁ ’ବରେଲୀ କି ବର୍ଫି’ ତାଙ୍କ ସଫଳ ଫିଲ୍ମ ମଧ୍ୟରେ ଗୋଟିଏା  କୃତି ତାଙ୍କ ଫିଲ୍ମ କ୍ୟାରିୟରର ହିରୋପନ୍ଥିରୁ ଆରମ୍ଭ କରିଥିଲୋ ଆଗକୁ ବି ତାଙ୍କର ୩ଟି ଫିଲ୍ମ ଆସିବାକୁ ଯାଉଛିା ‘ପାନିପଥ’, ’ହାଉସଫୁଲ୪’, ’ଅର୍ଜୁନ ପଟିଆଲା’ରେ କୃତିଙ୍କ ଅଭିନୟର ଯାଦୁ ଦେଖିବାକୁ ମିଳିବା

Comment