ଓଡ଼ିଶାଲାଇଭ୍‌ ବ୍ୟୁରୋ

ପିପିଲି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କୁ ଗିରଫ କରିଛି ପିପିଲି ପୋଲିସ। ମହାରଥୀଙ୍କ ଫାର୍ମହାଉସ ଉପରେ ଫ୍ଲାଇଂସ୍କ୍ୱାଡର ଚଢ଼ାଉ ବେଳେ ଫ୍ଲାଇଂସ୍କ୍ୱାଡ ଟିମ୍ ଉପରକୁ ଆକ୍ରମଣ ନେଇ ପ୍ରଦୀପ ମହାରଥୀଙ୍କୁ ଗିରଫ କରାଯାଇଛି। ତେବେ ଗିରଫ ହେବାର ୧ ଘଣ୍ଟା ପୁର୍ବରୁ ପ୍ରଦୀପ ମହାରଥୀ ଫେସ୍‌ବୁକ୍‌ରେ ଭିଡିଓ ପୋଷ୍ଟ କରି ନିଜ ପ୍ରତିକ୍ରିୟା ରଖିଛନ୍ତି।

ପ୍ରଦୀପ ମହାରଥୀ କହିଛନ୍ତି, “ଏହି ଘଟଣାରେ ମୁଁ ଏବଂ ମୋ ଦଳର କୌଣସି ସଂପୃକ୍ତି ନାହିଁ। ଏହି ଘଟଣା ପାଇଁ ମୁଁ ଦୁଃଖିତ ଓ ମର୍ମାହତ।”

“ଗତକାଲି ରାତି ୧୨ଟାରେ ଫ୍ଲାଇଂସ୍କ୍ୱାଡ ଟିମ୍‌ ଜବରଦସ୍ତି ଫାର୍ମହାଉସ୍ର ତାଲାଭାଙ୍ଗି ଭିତରକୁ ପଶିଥିଲେ। ଏହାକୁ ନେଇ ଫାର୍ମହାଉସ୍ କର୍ମଚାରୀ ଏବଂ ଫ୍ଲାଇଂସ୍କ୍ୱାଡ ଟିମ୍‌ ସହି ଯୁକ୍ତିତର୍କ ହୋଇଥିଲା। ଉଭୟଙ୍କ ମଧ୍ୟରେ କଥା କଟାକଟି ବଚସା ହେବାପରେ ଠେଲାପେଲା ହୋଇଥିଲା” ପିପିଲି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ କହିଛନ୍ତି।

Comment