ଓଡ଼ିଶାଲାଇଭ୍ ବ୍ୟୁରୋ

ପିପିଲି ବିଧାନସଭା ଆସନ ପାଇଁ ଭୋଟ ଗଣତି ପ୍ରକ୍ରିୟା ଏବେ ଜାରି ରହିଛି। ତେବେ ଗଣତିର ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ୧୪୦୬ ଖଣ୍ଡ ଭୋଟରେ ବିଜେଡି ଆଗରେ ରହିଛି।

ବିଜେଡିକୁ ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ୪୦୫୫ ଭୋଟ ମିଳିଥିବା ବେଳେ ବିଜେପିକୁ ୨୬୪୯ ଓ କଂଗ୍ରେସକୁ ୭୬୬ ଖଣ୍ଡ ଭୋଟ ମିଳିଛି।

ପୁରୀ ପେଣ୍ଠକଟା ୱେର ହାଉସଠାରେ ଆଜି ସକାଳ ୮ଟାରୁ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହରାଥୀ ଏଠାରୁ ପ୍ରାର୍ଥୀ ହୋଇଥିବାବେଳେ ବିଜେପିରୁ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି।

Comment