ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ରାଜ୍ୟରେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ ୩ ପ୍ରମୁଖ ଦଳଙ୍କ ଫୋକସରେ ରହିଛି ବାକି ଆସନ। ସେଥିପାଇଁ ସବୁଠି ଜମୁଛି ପ୍ରଚାର। ମୋଦି ଓ ଅମିତ ଶାହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ପାଇଁ ଘନଘନ ଓଡ଼ିଶା ଗସ୍ତ କରୁଛନ୍ତି। ଓଡ଼ିଶା ଗସ୍ତରେ ପୁଣି ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଏପ୍ରିଲ ୨୭ରେ ଶାହ ମୟୂରଭଞ୍ଜର ମୋରଡ଼ା ଏବଂ ଯାଜପୁରର ସୁକିନ୍ଦାଠାରେ ବିଜୟ ସଂକଳ୍ପ ସଭାରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ।

ଶେଷ ପର୍ଯ୍ୟାୟ ମତଦାନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି।

ଏହାପୂର୍ବରୁ ଏପ୍ରିଲ ୧୭ରେ କଟକ ଆସିଥିଲେ ଅମିତ ଶାହ। ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ରୋଡ ସୋ’ କରି ଶକ୍ତି ପ୍ରଦର୍ଶନ କରିଥିଲେ ଅମିତ ଶାହ।

ଏହାସହ ବିଜେପି ନେତା ନିତିନ୍ ଗଡ଼କାରୀ, ରାଜନାଥ ସିଂହ ଏବପଂ ରୂପା ଗାଙ୍ଗୁଲି ଏପ୍ରିଲ ୨୪, ୨୫ ଓ ୨୬କୁ ନିର୍ବାଚନୀ ପ୍ରଚାର କରିବା ପାଇଁ ଓଡ଼ିଶା ଗସ୍ତ କରିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୭ ଏପ୍ରିଲରେ କେନ୍ଦ୍ରାପଡ଼ାର ବରୁଆଠାରେ ସର୍ବସାଧାରଣ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Comment