ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆସନ୍ତାକାଲି ତୃତୀୟ ପର୍ଯ୍ୟାୟରେ୧୪ ରାଜ୍ୟରେ ରାଜ୍ୟର ୧୧୭ ଆସନରେ ମତଦାନ ହେବା ତୃତୀୟ ପର୍ଯ୍ୟାୟରେ ଦୁଇ ହେବିଓ୍ୱେଟଙ୍କ ଭାଗ୍ୟ ପରୀକ୍ଷା ହେବା ଏହି ଦୁଇ ହେଭିଓ୍ୱେଟ ନେତା ହେଲେ ଅମିତ ଶାହ, ରାହୁଲ ଗାନ୍ଧି।

ଆସନ୍ତା କାଲି ଏହି ଦୁଇ ନେତାଙ୍କ ଆସନ ଗୁଜୁରାଟ ଓ କେରଳରେ ମତଦାନ ହେବ। ଗୁଜୁରାଟର ଗାନ୍ଧି ନଗରରୁ ଅମିତ ଶାହ, କେରଳ ଓ୍ୱାଇନାଡରୁ ରାହୁଲ ଗାନ୍ଧିଙ୍କ ଭାଗ୍ୟ ଇଭିଏମରେ ସିଲ ହେବା

ଏପ୍ରିଲ ୪ରେ ରାହୁଲ ଗାନ୍ଧି ଓ୍ୱାଇନାଡ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲୋ ରାହୁଲ ଗାନ୍ଧି ଏଥର ନିର୍ବାଚନ ୨ଟି ସ୍ଥାନରୁ ଲଢ଼ିବେ। ଉତ୍ତର ପ୍ରଦେଶର ଆମେଥି ଓ କେରଳର ୱାଇନାଡ୍‌ରୁ ନିର୍ବାଚନ ଲଢ଼ୁଛନ୍ତିା ରାହୁଲଙ୍କର ଗୋଟିଏ କ୍ଷେତ୍ର ଓ୍ୱାଇନାଡରେ ଆସନ୍ତା କାଲି ଭୋଟ ହେଉଥିଲାବେଳେ ଆମେଥିରେ ମେ ୬ରେ ଭୋଟ ଗ୍ରହଣ ହେବା

ସେହପରି ଗାନ୍ଧି ନଗରରୁ ଅମିତ ଶାହଙ୍କ ଭାଗ୍ୟ ଆସନ୍ତାକାଲି ଇଭିଏମରେ ସିଲ ହେବା ଏହି ଆସନ ଲାଗି ଅମିତ ଶାହ ମାର୍ଚ୍ଚ ୩୦ରେ ପ୍ରାର୍ଥିପତ୍ର ଦାଖଲ କରିଥିଲୋ

୧୯୯୮ ମସିହାରୁ ଏହି ଆସନରେ ଲାଲକୃଷ୍ଣ ଆଡଭାନୀ ନିର୍ବାଚନ ଲଢ଼ି ଜିତି ଆସୁଥିଲେ। ମାତ୍ର ବିଜେପି ଏଥର ଶାହଙ୍କୁ ଏହି ଆସନ ପାଇଁ  ପ୍ରାର୍ଥୀ କରିଛିା

ଏହି ପର୍ଯ୍ୟାୟରେ ଓଡ଼ିଶା ସମେତ ଗୁଜୁରାଟ, କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ଛତିଶଗଡ଼, ପଶ୍ଚିମ ବଙ୍ଗ, ଜମ୍ମୁ କଶ୍ମୀର, ବିହାର, ଆସାମ, ଗୋଆ, ଦାଦ୍ରା ଏବଂ ନଗର ହାବେଳୀ, ଡାମନ ଡିଉରେ ଭୋଟ ଗ୍ରହଣ ହେବା

ଏହା ବ୍ୟତୀତ  ତ୍ରିପୁରା ପୂର୍ବ ଆସନ। ଆସନ୍ତା କାଲି ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହେବା ସହିତ ଦକ୍ଷିଣ ଭାରତରେ ନିର୍ବାଚନ ଶେଷ ହେବା

Comment