ଓଡ଼ିଶାଲାଇଭ୍ ବ୍ୟୁରୋ

ସକାଳୁ ଅଫିସ୍ ଯିବା ମଧ୍ୟରେ ଅନେକ ଲୋକ ଜଳଖିଆ ନ କରି ଘରୁ ବାହାରି ଯାଇଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଏପରି ଜଳଖିଆ ନ ଖାଇ ଗଲେ ଆପଣଙ୍କୁ ହୃଦଘାତ ହେବାର ଆଶଙ୍କା ବି ରହିଛି। ୟୁରୋପର ଏକ ଜର୍ଣ୍ଣାଲରେ ଏ ସଂପର୍କରେ ପ୍ରକାଶିତ ରିପୋର୍ଟରୁ ଏହା ଜଣାପଡ଼ିଛି।

୧୧୩ ଜଣ ରୋଗୀଙ୍କୁ ନେଇ ସେହି ସର୍ବେକ୍ଷଣ କରାଯାଇଥିଲା। ସେଥିରେ ଗବେଷକମାନେ କହିଛନ୍ତି ଯେ ସକାଳୁ ଜଳଖିଆ କରୁନଥିବା ଏବଂ ବିଳମ୍ବରେ ରାତ୍ରିଭୋଜନ କରୁଥିବା ଲୋକମାନଙ୍କୁ ହୃଦଘାତ ହେବାର ଆଶଙ୍କା ୪-୫ ଗୁଣ ବଢିଯାଇଥାଏ।

ଏହାର ମୁଖ୍ୟ କାରଣ ହେଲା ସକାଳୁ ଜଳଖିଆ ଖାଉନଥିବା ଲୋକେ ମଧ୍ୟାହ୍ନ ଭୋଜନରେ ଖୁବ୍ ଅଧିକ ଏବଂ ତେଲ ମସଲାଯୁକ୍ତ ଖାଦ୍ୟ ଖାଇବାକୁ ଇଚ୍ଛା ପ୍ରକାଶ କରିଥାନ୍ତି।

ଯାହାଦ୍ୱାରା ଶରୀରରେ ଅଧିକ ଚର୍ବି ଜମାହୋଇଥାଏ। ସେହିପରି ବିଳମ୍ବରେ ରାତ୍ରୀଭୋଜନ କରୁଥିବା ଲୋକଙ୍କର ଖାଦ୍ୟ ହଜମ ହୋଇନଥାଏ, ଯାହାଦ୍ୱାରାକି ସେମାନଙ୍କ ଶରୀରରେ ମଧ୍ୟ ଚର୍ବି ଜମା ହୁଏ। ଏହି ଚର୍ବି ଯୋଗୁଁ ସେମାନଙ୍କୁ ପରବର୍ତ୍ତୀ ସମୟରେ ହୃଦଘାତ ହେବାର ଆଶଙ୍କା ବଢିଯାଏ।

LEAVE A REPLY

Please enter your comment!
Please enter your name here