ଓଡ଼ିଶାଲାଇଭ୍‌ ବ୍ୟୁରୋ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ କଣ୍ଟାପାଳ ୪୧ ନମ୍ବର ବୁଥ୍‌ର ପୋଲିଂ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତ ପୋଲିଂ କର୍ମଚାରୀଙ୍କ ନାଁ ନବକିଶୋର ନାୟକ।

ନିର୍ବାଚନ କାର୍ଯ୍ୟରେ ବ୍ୟସ୍ତଥିବା ବେଳେ ହଠାତ୍‌ ଚେତାଶୂନ୍ୟ ହୋଇ ଟଳିପଡ଼ିଥିଲେ ନବକିଶୋର। ଏହାପରେ ତାଙ୍କୁ କାମାକ୍ଷାନଗର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ହସ୍ପିଟାଲରେ ଡାକ୍ତର ନବ କିଶୋରଙ୍କୁ ମୃତ ଘୋଷଣା କରିଛନ୍ତି।

Comment