ଓଡ଼ିଶାଲାଇଭ୍ ବ୍ୟୁରୋ

ଆମ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ମଧ୍ୟରୁ ଯକୃତ ଅନ୍ୟତମ। ଶରୀରର ୫୦୦ରୁ ଅଧିକ କାର୍ଯ୍ୟ ପ୍ରକ୍ରିୟାରେ ଏହା ସହାୟକ ହୋଇଥାଏ। ତେଣୁ ଏହା ଫିଟ୍ ଓ ସୁସ୍ଥ ରହିବା ଆବଶ୍ୟକ। ତେବେ ଆପଣ ଜାଣନ୍ତି କି ଯକୃତ ଖରାପ ହେବା ପୂର୍ବରୁ କିଛି ସଂକେତ ଦେଇଥାଏ।

ଆସନ୍ତୁ ଜାଣିବା ସେ ସଂପର୍କରେ…

-ଶରୀରରେ କିଛି ସ୍ଥାନ କୁଣ୍ଡାଇ ହେବା ଏକ ସାଧାରଣ ସମସ୍ୟା। ଅଧିକାଂଶ ସମୟରେ ଆମେ ତାକୁ ଅଣଦେଖା କରି ଦେଇଥାଉ। ଡାକ୍ତରମାନଙ୍କ ଅନୁସାରେ କିନ୍ତୁ ଯକୃତ ଖରାପ ହେବା ଯୋଗୁ ତ୍ୱଚା କୁଣ୍ଡାଇ ହେବା ସମସ୍ୟା ବଢିଥାଏ। ଯକୃତ ଖରାପ ହେବା ଯୋଗୁଁ ସେଥିରେ ତିଆରି ହେଉଥିବା ବାଇଲ ଜୁସ୍ ରକ୍ତରେ ମିଶିଥାଏ। ସମୟକ୍ରମେ ତାହା ତ୍ୱଚାର ତଳେ ଜମିବାରୁ ତ୍ୱଚା କୁଣ୍ଡାଇ ହୋଇଥାଏ।

– ଅନେକ ସମୟରେ ଆମର ତ୍ୱଚାରେ ନୀଳ ରଙ୍ଗର ରେଖା ଦୃଶ୍ୟମାନ ହୋଇଥାଏ। ବିଶେଷକରି ମୁହଁ ଓ ପାଦରେ ଏହା ଅଧିକ ଦେଖାଯାଏ। ଏହା ଯକୃତ ଖରାପ ହେବା ଓ ଶରୀରରେ ଆଷ୍ଟ୍ରୋଜେନର ମାତ୍ରା ବୃଦ୍ଧି ହେବାର ସଙ୍କେତ। ତେଣୁ ଏଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

-ସାମାନ୍ୟ ଆଘାତ ଲାଗିଲେ ଯଦି ଆପଣଙ୍କ ଶରୀରରୁ ଅଧିକ ରକ୍ତ ବୋହୁଥାଏ ତା’ ହେଲେ ଏହା ଯକୃତ ଖରାପ ହେବାର ଲକ୍ଷଣ। କାରଣ ରକ୍ତଜମାଟ ବାନ୍ଧିବା ଲାଗି ଯେଉଁ ପ୍ରୋଟିନ୍ ଆବଶ୍ୟକ ହୋଇଥାଏ ତାହା ଯକୃତ ବନାଇଥାଏ। ଯକୃତ ଖରାପ ହେଲେ ଶରୀରରେ ଏହି ପ୍ରୋଟିନ୍ ମଧ୍ୟ କମିଯାଏ।

-ପାଟି ଦୁର୍ଗନ୍ଧ ହେବା ମଧ୍ୟ ଯକୃତ ଖରାପ ହେବାର ଅନ୍ୟତମ ଲକ୍ଷଣ। ଲିଭର ସିରୋସିସ୍ ଭଳି ସମସ୍ୟା ହେଲେ ରକ୍ତରେ ମହଜୁଦ ଥିବା ଡାଇମିଥାଇଲ ସଲଫାଇଡ୍ ଯୋଗୁ ମୁଖ ଦୁର୍ଗନ୍ଧ ହୋଇଥାଏ।

Comment