ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ତେବେ ଅପରାହ୍ଣ ୩ଟା ସୁଦ୍ଧା ରାଜ୍ୟରେ ୪୭ ପ୍ରତିଶତ ଭୋଟଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି।
ଅପରାହ୍ଣ ୩ଟା ସୁଦ୍ଧା ଢେଙ୍କାନାଳରେ ୫୨.୧୩ ପ୍ରତିଶତ ମତଦାନ ହୋଇଥିବା ବେଳେ କେନ୍ଦୁଝରରେ ୫୦.୮୨ ପ୍ରତିଶତ ମତଦାନ ହୋଇଛି। ସେହିପରି କଟକରେ ୪୩.୧୪%, ପୁରୀରେ ୪୫.୨୪%, ସମ୍ବଲପୁରରେ ୪୪.୪୪% ଏବଂ ଭୁବନେଶ୍ୱରରେ ୩୬.୯୭% ମତଦାନ ହୋଇଥିବା ସୂଚନା ମିଳିଛି।
ଆଜି ରାଜ୍ୟରେ ମୋଟ ୬ଟି ଲୋକସଭା ଏବଂ ୪୨ ବିଧାନସଭା ଆସନରେ ଚାଲିଛି ଭୋଟଦାନ। ବିଭିନ୍ନ ସ୍ଥାନରେ ଇଭିଏମ୍ରେ ସମସ୍ୟା ଦେଖାଦେଇଥିାରୁ ବିଳମ୍ବରେ ମତଦାନ ହୋଇଛି। ବର୍ତ୍ତମାନର ଖବର ଅନୁଯାୟୀ, ଭିଭିପାଟ୍ରେ ତ୍ରୁଟି ଯୋଗୁଁ ବଡମ୍ବାରେ ମତଦାନକୁ ସ୍ଥଗିତ ରଖାଯାଇଛି।


















