ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକସଭା ନିର୍ବାଚନରେ ଲଢ଼ିବା ପାଇଁ ବିଡିଓ ଚାକିରି ଛାଡ଼ିଥିବା ଯୁବକଙ୍କୁ ଶକ୍ତ ଝଟକା ଲାଗିଛି। ଯାଞ୍ଚ ସମୟରେ ପ୍ରାର୍ଥିପତ୍ର ରଦ୍ଦ ହୋଇଯିବାରୁ ତାଙ୍କର ନେତା ହେବା ସ୍ୱପ୍ନ ମଉଳିଯାଇଛି। ଘଟଣାଟି ଘଟିଛି ବିହାରରେ।

ବୈଶାଳୀ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବା ପାଇଁ ରତନେଶ କୁମାର ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। କିନ୍ତୁ ଯାଞ୍ଚ ସମୟରେ ତାଙ୍କ ନାମାଙ୍କନ ପତ୍ର ଖାରଜ ହୋଇଯାଇଥିଲା। ନିର୍ବାଚନ ଲଢ଼ିବା ପୂର୍ବରୁ ଗତ ଅପ୍ରେଲ ୧ ତାରିଖରେ ସେ ସରକାରୀ ଚାକିରିରୁ ଇସ୍ତଫା ଦେଇଥିଲେ।

୨୦୧୪ରେ ରତନେଶ ବିଡିଓ ଭାବେ କାର୍ଯ୍ୟରେ ଯୋଗଦେଇଥିଲେ। ମୁଜାଫରପୁର ଜିଲ୍ଲାର ମୋତିପୁରରେ ପାଖାପାଖି ୫ ବର୍ଷ ଧରି ବିଡିଓ ଭାବେ ନିୟୋଜିତ ଥିଲେ।  କିନ୍ତୁ ନେତା ହେବା ଆଶାରେ ୩୬ ବର୍ଷୀୟ ରତନେଶ ସରକାରୀ ଚାକିରି ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ।

ସୂଚନା ଅନୁସାରେ, ରତନେଶ ବହୁ ବିବାଦରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ମଦ ମାଫିଆଙ୍କ ସହ ଡିଲ୍ ଏବଂ ଘରେ ମଦ ବ୍ୟବସାୟ କରୁଥିବା ଅଭିଯୋଗରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା। ତାଙ୍କ ବିରୋଧରେ ଏବେ ବି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଚାଲୁ ରହିଛି। ନେତା ଦଲାଲଙ୍କ ସହିତ ଜଡିତ ଥିବାରୁ ଅଧିକାରୀଙ୍କୁ ବେଆଇନ କାମ କରିବାକୁ ବାଧ୍ୟ କରୁଛନ୍ତି। କିନ୍ତୁ ମିଳିଥିବା ଖବର ଅନୁସାରେ ଏବେ ସୁଦ୍ଧା ରତନେଶଙ୍କ ଇସ୍ତଫାପତ୍ର ଗ୍ରହଣ ହୋଇନଥିବା ଜଣାପଡ଼ିଛି।

Comment