ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ୯ ଟି ବୁଥରେ ଆଜି ଶାନ୍ତିଶୃଙ୍ଖଳାର ସହ ସାନି ମତଦାନ ସରିଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନା ମୂତାବିକ, ସୁନ୍ଦରଗଡ଼ ବିଧାନସଭାମଣ୍ଡଳୀର ବୁଥ୍ ନଂ-୨୧୩ ଏବଂ ବଣାଇର ବୁଥ୍ ନଂ-୧୨୯ରେ ୭୦.୫ ପ୍ରତିଶତ ମତଦାନ ହୋଇଛି। ସେହିପରି ଦଶପଲ୍ଲା ବୁଥ୍ ନଂ-୨୧୦ ଏବଂ ୨୨୨ରେ ୬୮.୧୫ % ମତଦାନ ହୋଇଛି।
ଅନ୍ୟପକ୍ଷରେ ବ୍ରଜରାଜନଗର ବିଧାନସଭାମଣ୍ଡଳୀର ବୁଥ୍ ନଂ-୨୫୪ରେ ୭୭.୯୩ ପ୍ରତିଶତ ମତଦାନ ହୋଇଥିବାବେଳେ ସୋରଡ଼ାର ବୁଥ୍ ନଂ-୧୮୨ ରେ ୭୯.୦୩ % ମତଦାନ ହୋଇଛି।
ପଦ୍ମପୁର ବୁଥ୍ ନଂ-୧୬, ବରଗଡ଼ ବୁଥ୍ ନଂ-୬୮ ଏବଂ ଅତାବିରା ବୁଥ୍ ନଂ-୨୩୫ରେ ୭୩.୮ ପ୍ରତିଶତ ମତଦାନ ହୋଇଥିବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।


















