ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହି ଲଘୁଚାପ ଡିପ୍ରେସନର ରୂପ ନେଇଛି। ଆଗାମୀ ୨୪ ଘଣ୍ଟାରେ ଏହା ଡିପ ଡିପ୍ରେସନର ରୂପ ନେବ। ଏବେ ଏହା ଚେନ୍ନାଇରୁ ୧୪୯୦, ମଛଲିପଟନମରୁ ୧୭୬୦ କିଲୋମିଟର ଦୂରରେ ରହିଛି।

ଡିପ ଡିପ୍ରେସନର ୧୨ ଘଣ୍ଟା ପରେ ଏହା ବାତ୍ୟା ରୂପ ନେବା ସମ୍ଭାବନା ରହିଛି। ଏପ୍ରିଲ ୩୦ ସୁଦ୍ଧା ତାମିଲନାଡୁ ଓ ଆନ୍ଧ୍ର ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ଆସୁଥିବା ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପ୍ରଭାବ ପଡ଼ିବ ନାହିଁ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି।

ହେଲେ କାଳବୈଶାଖୀ ପ୍ରଭାବରେ ଓଡ଼ିଶାରେ ବର୍ଷା ହୋଇପାରେ।

Comment