ଓଡ଼ିଶାଲାଇଭ୍ ବ୍ୟୁରୋ

ମହୁରେ ଅନେକ ପ୍ରକାର ଔଷଧୀୟ ଗୁଣ ରହିଛି। ଯେଉଁଥିପାଇଁ ଏହାକୁ ଖାଇବା ଦ୍ୱାରା ଶରୀରରେ ଶକ୍ତି ବୃଦ୍ଧି ହୋଇଥାଏ। ତେବେ ମହୁ ଖାଇବା ବେଳେ କିଛି କଥା ପ୍ରତି ଦୃଷ୍ଟି ଦିଅନ୍ତୁ, ନହେଲେ ସ୍ୱାସ୍ଥ୍ୟ ସମସ୍ୟା ହେବ।

– ଗରମ ଖାଦ୍ୟ ସହ ମହୁ ଖାଆନ୍ତୁ ନାହିଁ। ନହେଲେ ଝାଡ଼ା ହେବାର ଆଶଙ୍କା ଥାଏ।

-ଚା’ ବା କଫି ସହିତ ମହୁ ଖାଇଲେ ଶରୀରର ତାପମାତ୍ରା ବଢିଯାଏ। ଏହାଦ୍ୱାରା ବ୍ୟକ୍ତି ଅସହଜ ଅନୁଭବ କରିଥାନ୍ତି।

-ମହୁ ସହିତ ମୂଳା ଖାଇଲେ ଶରୀରରେ ବିଷାକ୍ତ ପଦାର୍ଥ ସୃଷ୍ଟି ହୋଇଥାଏ ।

-ମାଛ, ମାଂସ ସହିତ ମହୁ ଖାଇଲେ ମଧ୍ୟ ଶରୀରରେ ବିଷାକ୍ତ ପଦାର୍ଥ ସୃଷ୍ଟି ହୁଏ। ସେହିପରି ଘିଅ ସହିତ ସମାନ ଅନୁପାତରେ ମହୁ ଖାଆନ୍ତୁ ନାହିଁ। ଏହାଦ୍ୱାରା ଝାଡ଼ାବାନ୍ତି ଭଳି ସମସ୍ୟା ହୋଇଥାଏ।

Comment