ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସୁରଭି ଜ୍ୟୋତି। ଟିଭି ଦୁନିଆଁରେ ବେଶ ଲୋକପ୍ରିୟ ଏହି ନାଁ। ଜୋୟାରେ ନାଁରେ ଦର୍ଶକଙ୍କ ନିକଟରେ ପରିଚତ ଏହି ଅଭିନେତ୍ରୀ। ତାଙ୍କର ଅଭିନୟର ଯାଦୁ ଦର୍ଶକଙ୍କ ଦିଓ୍ୱାନା କରିଛିା

ସୁରିଭି ପଞ୍ଜାବି ସିରିଏଲ ଓ ପଞ୍ଜାବି ଫିଲ୍ମରେ ମଧ୍ୟ ବେଶ ଜଣାଶୁଣା ଚେହେରା। ଜିଟିଭିରେ ପ୍ରସାରିତ ସିରିଏଲ ‘କୁବୁଲ ହୈ’ରେ ଜୋୟା ଭୂମିକାରେ ଅଭିନୟ କରିଥିଲୋ ଏହି ସିରିଏଲ ହିଁ ତାଙ୍କୁ ଚର୍ଚ୍ଚାକୁ ଆଣିଥିଲା। ତାଙ୍କୁ ଜୋୟା ନାଁରେ ପରିଚିତ କରାଇଥିଲା।

ଏହି ସିରିଏଲ ୨୦୧୨ରେ ଆରମ୍ଭ ହୋଇଥିଲା। ଏଥିରେ ତାଙ୍କ ବିପକ୍ଷରେ ଅଭିନୟ କରିଥିଲେ ଅଭିନେତା କରଣ ସିଂ ଗ୍ରୋଭର। ଏହି ସିରିଏଲ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା।

ସୁରଭି ୧୯୮୮, ମେ ୨୯ରେ ପଞ୍ଜାବରେ ଜନ୍ମ ହୋଇଥିଲୋ ସେ କେବଳ ଅଭିନୟରେ ନୁହେଁ ଜଣେ ଆରଜେ (ରେଡିଓ ଜକି) ଭାବେ ମଧ୍ୟ କାମ କରିଛନ୍ତିା ସିରିଏଲ ଛଡ଼ା ସେ  ବିଭିନ୍ନ ସୋ’ରେ ଉପସ୍ଥାପନା କରିଥାନ୍ତି।

ଜିଙ୍ଗରେ ପ୍ରସାରିତ ‘ପ୍ୟାର ତୁନେ କ୍ୟା କିୟା’ରେ ହୋଷ୍ଟ ବି ସୁରଭି କରୁଥିଲୋ ଏବେ ସେ କଲର୍ସରେ ପ୍ରସାରିତ ‘ନାଗିନ’ରେ ଅଭିନୟ କରୁଛନ୍ତିା ନାଗିନରେ ଦର୍ଶକ ତାଙ୍କ ଅଭିନୟକୁ ଖବ୍ ପସନ୍ଦ କରୁଛନ୍ତିା

ସୁନ୍ଦର ଅଭିନୟ ପାଇଁ ସେ ବେଷ୍ଟ ଆକ୍ଟ୍ରେସ ଆଓ୍ୱାର୍ଡ ମଧ୍ୟ ପାଇଛନ୍ତିା

Comment