ଓଡ଼ିଶାଲାଇଭ୍ ବ୍ୟୁରୋ

ଅଧିକାଂଶ ମହିଳା ମେକ୍‌ଅପ୍‌ କରିବାର ସଉକ ରଖନ୍ତି। କିନ୍ତୁ ଗରମ ଦିନରେ ମେକ୍‌ଅପ୍‌କୁ ଫ୍ରେସ୍‌ ରଖିବା ଏକ ବଡ଼ ଚ୍ୟାଲେଞ୍ଜ ହୋଇଥାଏ। କଥା ହେଲା ଗରମ ଦିନରେ ଅଧିକ ଝାଳ ବୋହିବା ଫଳରେ ମେକ୍‌ଅପ୍‌ ଶୀଘ୍ର ଖରାପ ହୋଇଯାଏ। ଅନେକ ଲୋକଙ୍କର ସ୍କିନ୍‌ରେ ଲାଲ୍‌ ଚିହ୍ନ ପଡ଼ିଯାଏ। ଗରମ ଦିନରେ ମେକ୍‌ଅପ୍‌ କରିବା ସବୁ ମହିଳାଙ୍କ ପାଇଁ ସମସ୍ୟା ହୋଇଥାଏ।

କିନ୍ତୁ ଏବେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ନାହିଁ। କାରଣ ଆମେ ଆପଣଙ୍କୁ କିଛି ଟିପ୍ସ କହୁଛୁ ଯାହାକୁ ଅନୁସରଣ କରି ଆପଣ ଦୀର୍ଘ ସମୟ ଯାଏଁ ନିଜର ମେକ୍‌ଅପ୍‌କୁ ସତେଜ ରଖିପାରିବେ।

୧ – ମଏଶ୍ଚରାଇଜରରୁ ଆରମ୍ଭ କରନ୍ତୁ ମେକ୍‌ଅପ୍‌ – ଗରମ ଦିନ ହେଉ ବା ଥଣ୍ଡା ଦିନ, ଚର୍ମକୁ ନରମ ରଖିବା ପାଇଁ ମଏଶ୍ଚରାଇଜର ଖୁବ୍‌ ଜରୁରୀ ହୋଇଥାଏ। କିନ୍ତୁ ଗରମ ଦିନରେ ସବୁବେଳେ ଅଏଲ୍‌ ଫ୍ରି ମଏଶ୍ଚରାଇଜରର ହିଁ ବ୍ୟବହାର କରନ୍ତୁ। ଏଥିସହ ଅଏଲ୍‌ ଫ୍ରି ଫାଉଣ୍ଡେସନ୍‌ ଲଗାନ୍ତୁ।

୨. ନିଶ୍ଚୟ ଲଗାନ୍ତୁ ସନ୍‌ସ୍କ୍ରିନ –  ଟାଣ ଖରାରୁ ଚର୍ମ ଯେମିତି ଖରାପ ନ ହେବ ସେଥିପାଇଁ ସନ୍‌ସ୍କ୍ରିନ ନିଶ୍ଚୟ ଲଗାନ୍ତୁ। ସନ୍‌ସ୍କ୍ରିନର ବ୍ୟବହାର ମେକ୍‌ଅପ୍‌ କରିବା ପୂର୍ବରୁ ହିଁ କରନ୍ତୁ। ସନ୍‌ସ୍କ୍ରିନର ପ୍ରଭାବ ୨ରୁ ଅଢ଼େଇ ଘଣ୍ଟା ଯାଏଁ ହିଁ ରହେ। ଏଥିପାଇଁ ଖରାରେ ବାହାରିବା ପୂର୍ବରୁ ଏହି କଥାକୁ ଧ୍ୟାନରେ ରଖନ୍ତୁ।

୩. ପ୍ରାଇମର ଜରୁରୀ – ମଏଶ୍ଚରାଇଜର ପରେ ମୁହଁରେ ପ୍ରାଇମର ନିଶ୍ଚୟ ଲଗାନ୍ତୁ। ପ୍ରାଇମର ଲଗାଇବା ଫଳରେ ମେକ୍‌ଅପ୍‌ ଦୀର୍ଘ ସମୟ ଯାଏଁ ଫ୍ରେସ୍‌ ରହେ। ଏହା ଫଳରେ ମୁହଁରେ ଥିବା ଗର୍ତ୍ତ ବି କମ୍‌ ଦେଖାଯାଏ।

୪ . କମ୍‌ ମେକ୍‌ଅପ୍‌ ଉତ୍ପାଦର ବ୍ୟବହାର କରନ୍ତୁ – ଅନେକ ମହିଳାଙ୍କ ମେକ୍‌ଅପ୍‌ ଖୁବ୍‌ ଶୀଘ୍ର ଫିକା ଦେଖାଯାଏ। ଏଥିରୁ ବଞ୍ଚିବା ପାଇଁ କମ୍‌ରୁ କମ୍‌ ମେକ୍‌ଅପ୍‌ ଉତ୍ପାଦର ବ୍ୟବହାର କରନ୍ତୁ।

୫. ସିମରରୁ ଦୂରରେ ରୁହନ୍ତୁ – ଅଧିକରୁ ଅଧିକ ମହିଳାଙ୍କୁ ଚମକୁଥିବା ମେକ୍‌ଅପ୍‌ ଖୁବ୍‌ ପସନ୍ଦ ଆସେ। କିନ୍ତୁ ପ୍ରାକୃତିକ ଭାବେ ଚମକୁଥିବା ମେକ୍‌ଅପ୍‌ ଏବଂ ଆବଶ୍ୟକତାଠାରୁ ଅଧିକ ସିମର ବ୍ୟବହାର କରି ମେକ୍‌ଅପ୍‌ କରି ମୁହଁକୁ ଚମକାଇବା ମଧ୍ୟରେ ଫରକ ଥାଏ।

ଗରମ ଦିନରେ କ୍ରିମ୍‌ ଫାଉଣ୍ଡେସନ୍‌ ଲଗାନ୍ତୁନାହିଁ, କାରଣ ଏହା ଫଳରେ ମୁହଁରେ ଅଧିକ ଝାଳ ଆସେ ଓ ମେକ୍‌ଅପ୍‌ ଶୀଘ୍ର ଖରାପ ହୋଇଯାଏ।

Comment