ଓଡ଼ିଶାଲାଇଭ ବ୍ୟୁରୋ

ଅମୃତଭଣ୍ଡାରେ ଖୁବ୍ କମ୍ ପରିମାଣର କ୍ୟାଲୋରୀ ରହିଥାଏ। ନିୟମିତ ଭାବେ ତାକୁ ଖାଇଲେ ମୋଟାପଣ କମିଥାଏ। ତେଣୁ ସକାଳ ଜଳଖିଆରେ ଫାଷ୍ଟଫୁଡ୍ ନଖାଇ ଅମୃତଭଣ୍ଡା ଖାଇବା ଅଭ୍ୟାସ କରନ୍ତୁ।

-ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଓ ଫାଇବର ଶରୀରରେ କୋଲୋଷ୍ଟେରୋଲ୍ର ସ୍ତରକୁ କମ୍ କରିଥାଏ ଏବଂ ରକ୍ତ ଜମାଟ ହେବାକୁ ଦିଏ ନାହିଁ। ଫଳରେ ହୃଦରୋଗର ଆଶଙ୍କା କମିଯାଏ।

-ଅମୃତଭଣ୍ଡାରେ ପ୍ରଚୁର ପରିମାଣରେ ଭିଟାମିନ୍ ଏ ରହିଥାଏ। ଦୃଷ୍ଟିଶକ୍ତି ପାଇଁ ଏହା ଖୁବ୍ ଭଲ। ସେହିପରି ଏହା ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିଥାଏ ଏବଂ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିଦିଏ।

-କେବଳ ଅମୃତଭଣ୍ଡା ନୁହେଁ, ଅମୃତଭଣ୍ଡା ପତ୍ରର ରସ ମଧ୍ୟ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ଏଥିରେ ଭିଟାମିନ୍ ଏ, ସି, ଡି, ଇ ଏବଂ କ୍ୟାଲସିୟମ୍ ପ୍ରଚୁର ପରିମାଣରେ ରହିଥାଏ। ଡେଙ୍ଗୁ ରୋଗରେ ପୀଡ଼ିତ ଥିଲେ ନିୟମିତ ଭାବେ ଅମୃତଭଣ୍ଡା ପତ୍ରର ରସ ପିଅନ୍ତୁ।

-ଆର୍ଥରାଇଟିସ୍ ସମସ୍ୟା ଥିଲେ ନିୟମିତ ଭାବେ ଅମୃତଭଣ୍ଡା ଖାଆନ୍ତୁ, ସୁଫଳ ମିଳିବ। ଏହା ହଜମ ଶକ୍ତିକୁ ମଧ୍ୟ ବୃଦ୍ଧି କରିଥାଏ ।

Comment