ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ରାତି ପାହିଲେ ଓଡ଼ିଶା ସମେତ ୯ଟି ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ହେବ। ରାଜ୍ୟରେ ୬ ଲୋକସଭା ସହ ୪୧ ବିଧାନସଭା ଆସନ ଲାଗି ଭୋଟ ଗ୍ରହଣ ହେବ। ୬ଲୋକସଭା ଆସନ ଲାଗି ୫୨ ଓ ୪୧ ବିଧାନସଭା ଆସନ ଲାଗି ୩୩୬ ଜଣ ପ୍ରାର୍ଥୀ ଅଛନ୍ତି। ଯେଉଁମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା ଜନାର୍ଦ୍ଦନ। ଗଣତନ୍ତ୍ରର ଏହି ମହାକୁମ୍ଭରେ ସାମିଲ ହୁଅନ୍ତୁ। ଭୋଟ ଦିଅନ୍ତୁ ଓ ନିଜ ଅଧିକାର ନିଜେ ବାଛନ୍ତୁ। ଭୋଟ ଦେବାରୁ ଜମାରୁ ବଞ୍ଚିତ ହୁଅନ୍ତୁ ନାହିଁ।

କାରଣ ଆପଣଙ୍କର ଗୋଟିଏ ଭୋଟ ଆପଣଙ୍କ ଅଞ୍ଚଳ, ଜିଲ୍ଲା,ରାଜ୍ୟ ଏମିତିକି ଦେଶ ଗଠନରେ ସାହାଯ୍ୟ କରିପାରେ।

ତେଣୁ ଓଡ଼ିଶାଲାଇଭ୍‌ ପରିବାର ତରଫରୁ ଆପଣଙ୍କୁ ଏହା ଅପିଲ ରହିବ କି ସମସ୍ତେ ଗଣତନ୍ତ୍ରର ଏହି ଉତ୍ସବରେ ସାମିଲ ହୁଅନ୍ତୁ। ନିଜ ବୁଥକୁ ଯାଇ ଭୋଟ ଦିଅନ୍ତୁ।

Comment