ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ସୁକିନ୍ଦା ଗୋବର୍ଦ୍ଧନପୁରର ବୁଥ୍‌ ନମ୍ବର ୧୦ ଓ ୧୧ରେ ଉତ୍ତେଜନା ଦେଖାଦେଇଛି। ବିଜେଡି ଓ କଂଗ୍ରେସ କର୍ମୀଙ୍କ ମାରପିଟ୍‌ ହୋଇଥିବା ଖବର ସାମ୍ନାକୁ ଆସିଛି। ବିଜେଡି କର୍ମୀଙ୍କୁ ବୁଥ୍‌ ଭିତରେ ପୂରାଇ ନଦେବାରୁ ମହିଳା ସରପଞ୍ଚଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶାରେ ୬ ଲୋକସଭା ସହ ୪୧ ବିଧାନସଭା ଆସନ ଲାଗି ମତଦାନ ହେଉଛି। ତେବେ ଇଭିଏମ୍‌ରେ ଅଚଳ ଯୋଗୁଁ ରାଜ୍ୟର ଅନେକ ସ୍ଥାନରେ ମତଦାନରେ ବିଳମ୍ବ ହୋଇଛି।

Comment