ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ସୁକିନ୍ଦା ବାରଗାଡ଼ିଆ ଦଳିତସାହିରେ ଭୋଟ ବର୍ଜନ। ୩୦୨ ପରିବାରର ପାଖାପାଖି ୧ ହଜାର ଲୋକ ଭୋଟ ବର୍ଜନ କରିଥିବାର ସୂଚନା ମିଳିଛି।
ବହୁଦିନ ଧରି ଦଳିତସାହିର ଲୋକମାନେ କଳିଙ୍ଗନଗର ଶିଳ୍ପାଞ୍ଚଳରୁ ବିସ୍ଥାପନ ଦାବି କରି ଆସୁଥିଲେ। ପ୍ରଶାସନର ମିଛ ପ୍ରତିଶ୍ରୁତିକୁ ପ୍ରତିବାଦ କରି ଲୋକମାନେ ଆଜି ଭୋଟ ବର୍ଜନ କରିଥିବା ସୂଚନା ମିଳିଛି।
ଅନ୍ୟପଟେ ସୁକିନ୍ଦା ଗୋବର୍ଦ୍ଧନପୁରର ବୁଥ୍ ନମ୍ବର ୧୦ ଓ ୧୧ରେ ଉତ୍ତେଜନା ଦେଖାଦେଇଛି। ବିଜେଡି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମାରପିଟ୍ ହୋଇଥିବା ଖବର ସାମ୍ନାକୁ ଆସିଛି।













