ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଦ ନିଶାରେ ଚୁର୍‌ ଶିକ୍ଷକଙ୍କ କଙ୍ଗାରୁ କୋର୍ଟ। କୁନି କୁନି ପିଲାଙ୍କୁ ମଝି ରାସ୍ତାରେ ଆଣ୍ଠେଇ ଦେଲେ ମାତାଲ ଶିକ୍ଷକ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଲେମ୍ଵୋ ପଞ୍ଚାୟତ ବାଲିଆ ପ୍ରାଥମିକ ବିଦ୍ୟାଳୟରେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ବାଲିଆ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମକରନ୍ଦ ମହାନ୍ତି ପ୍ରତିଦିନ ସ୍କୁଲକୁ ମଦପିଇ ଆସୁଥିବା ଅଭିଯୋଗ ହୋଇଥିଲା। ବୁଧବାର ମଧ୍ୟ ମଦପିଇ ବିଳମ୍ଵରେ ସ୍କୁଲରେ ପହଞ୍ଚିବାରୁ ପିଲାମାନେ ଅଭିଯୋଗ କରିଥିଲେ। ଏଥିରେ ସାର୍‌ ରାଗି ଯାଇ ପିଲାମାନଙ୍କୁ ରାସ୍ତାରେ ଆଣ୍ଠେଇ ଦେଇଥିଲେ। ଏହାପରେ ପିଲାଙ୍କ ସହ ଝୁଲି ଝୁଲି ଫଟୋ ପାଇଁ ପୋଜ୍‌ ଦେଇଥିଲେ।

Comment