ଓଡ଼ିଶାଲାଇଭ ବ୍ୟୁରୋ

କାଳ ହେଲା ତ୍ରିକୋଣୀୟ ପ୍ରେମ। ଫିଲ୍ମ ଷ୍ଟାଇଲରେ ଟ୍ରକ ଚଢ଼ାଇ ଯୁବକଙ୍କୁ ହତ୍ୟା କଲେ ହତାସ ପ୍ରେମିକ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲାରେ। ସୁକିନ୍ଦା ଥାନା ଅନ୍ତର୍ଗତ ଦାମଦୋର ଗାଁର ଅଶୋକ ସାହୁଙ୍କୁ ଜଣେ ଡ୍ରାଇଭର ରଞ୍ଜନ ସେଠୀ ଟ୍ରକ ଚଢ଼ାଇ ହତ୍ୟା କରିଛନ୍ତି। ବର୍ତ୍ତମାନ ଅଭିଯୁକ୍ତ ରଞ୍ଜନକୁ ପୋଲିସ ଗିରଫ କରି କୋର୍ଟ ଚାଲଣ କରିଛି।

ରଞ୍ଜନର ପାଖ ଗାଁର ଜଣେ ଝିଅ ସହ ତିନି ମାସ ହେବ ପ୍ରେମ ସମ୍ପର୍କ ରହିଥିଲା। ପରେ ସେ ଝିଅ ରଞ୍ଜନକୁ ଛାଡ଼ି ଅଶୋକକୁ ପ୍ରେମ କରିଥିଲା। ଏଥିରେ ପ୍ରତିଶୋଧ ପରାୟଣ ହୋଇପଡ଼ିଥିଲା ରଞ୍ଜନ। ଅଶୋକକୁ ମାରିବାକୁ ତା’ର ଦୁଇ ସହଯୋଗୀଙ୍କ ସହ ମିଶି ଯୋଜନା କରିଥିଲା।

କିଛି ଦିନି ଅଶୋକଙ୍କ ଗତିବିଧିକୁ ଲକ୍ଷ୍ୟ କଲା ପରେ ଜୁଲାଇ ୧୭ ତାରିଖରେ ରଞ୍ଜନ ଏକ ଟ୍ରକରେ ଅଶୋକକୁ ମାରିବାକୁ ଅପେକ୍ଷା କରିଥିଲା। ଅଶୋକ ସେହି ବାଟ ଦେଇଯାଉଥିବା ବେଳେ ତା ଉପରେ ଟ୍ରକ ଚଢ଼ାଇ ହତ୍ୟା କରିଥିଲେ ଅଭିଯୁକ୍ତ।

ଏହାପରେ ଅଶୋକଙ୍କ ପରିବାର ଲୋକ ଥାନାରେ ଏକ ଏତାଲା ଦେଇଥିଲେ। ପରେ ପୋଲିସ ତଦନ୍ତ ଆରମ୍ଭ କରି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି।

Comment