ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୯ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ପାଇଁ ମତଦାନ ଶେଷ ହୋଇଛି। ୯ଟି ରାଜ୍ୟର ୭୨ଟି ଆସନରେ ଭୋଟ୍ ହୋଇଥିଲା।  ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟ୍ ଗ୍ରହଣ ସନ୍ଧ୍ୟା ୬ଟାରେ ଶେଷ ହୋଇଥିଲା।

ଚତୁର୍ଥ ପର୍ଯ୍ୟାୟରେ ୬୪.୬୬ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି।

ଚଳିତ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ସର୍ବାଧିକ ଭୋଟିଂ ହୋଇଛି। ଏଠାରେ ଭୋଟଦାନ ହାର ୭୬.୪୪ ପ୍ରତିଶତ ରହିଛି। ଉତ୍ତରପ୍ରଦେଶରେ ୫୭.୫୮ ପ୍ରତିଶତ, ରାଜସ୍ଥାନରେ ୬୭.୭୮ ପ୍ରତିଶତ, ମହାରାଷ୍ଟ୍ରରେ ୫୨.୦୭ ପ୍ରତିଶତ, ଝାଡ଼ଖଣ୍ଡରେ ୬୩.୩୯ ଏବଂ ମଧ୍ୟପ୍ରଦେଶରେ ୬୫.୭ ପ୍ରତିଶତ ଭୋଟିଂ ହୋଇଛି।

ଚତୁର୍ଥ ପର୍ଯ୍ୟାୟରେ ଦେଶର ୯ଟି ରାଜ୍ୟର ୭୨ଟି ଲୋକସଭା ଆସନ ପାଇଁ ଭୋଟଗ୍ରହଣ କରା ଯାଇଥିଲା। ମହାରାଷ୍ଟ୍ରର ୧୭, ଉତ୍ତରପ୍ରଦେଶର ୧୩, ରାଜସ୍ଥାନର ୧୩, ପଶ୍ଚିମବଙ୍ଗର ୮ଟି,  ମଧ୍ୟପ୍ରଦେଶର ୬, ଓଡ଼ିଶାର ୬, ବିହାରର ୫ଟି ଏବଂ ଝାଡ଼ଖଣ୍ଡର ୪ଟି ଲୋକସଭା ଆସନ ନିମନ୍ତେ ଭୋଟ ଗ୍ରହଣ କରାଯାଇଥିଲା।

ଚତୁର୍ଥ ପର୍ଯ୍ୟାୟରେ ମୋଟ ୯୪୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି। ଲୋକସଭାର ୫୪୩ ଆସନ ମଧ୍ୟରୁ ପୂର୍ବରୁ ୩୦୩ ଆସନ ପାଇଁ ଭୋଟ୍ ଗ୍ରହଣ ସରିଛି। ଚତୁର୍ଥ ପର୍ଯ୍ୟାୟରେ ୭୨ଟି ଆସନ ପାଇଁ ଭୋଟ ଗ୍ରହଣ ହୋଇଥିବା ବେଳେ ପଞ୍ଚମ ପର୍ଯ୍ୟାୟରେ ମତଦାନ ମେ’ ୬ ରେ ଅନୁଷ୍ଠିତ ହେବ।

Comment