ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ପାଟକୁରା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି। ବେଦପ୍ରକାଶ ଅଗ୍ରୱାଲଙ୍କ ସ୍ତ୍ରୀ ସାବିତ୍ରୀ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ବେଦପ୍ରକାଶଙ୍କ ଦେହାନ୍ତ ହୋଇଥିଲା। ଫଳରେ ପାଟକୁରା ନିର୍ବାଚନ ସ୍ଥଗିତ ରହିଥିଲା।
ମେ’୧୯ରେ ପାଟକୁରା ବିଧାନସଭା ଆସନ ପାଇଁ ନିର୍ବାଚନ ହେବ। କେବଳ ବିଜେଡି ପ୍ରାର୍ଥୀଙ୍କ ଦେହାନ୍ତ ହୋଇଥିବାରୁ ତାଙ୍କ ଜାଗାରେ ଯିଏ ନୂଆ ପ୍ରାର୍ଥୀ ହେବେ ସେ ହିଁ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ନିର୍ବାଚନ ଅଧିକାରୀ ସୂଚନା ଦେଇଥିଲେ।
ବିଜେଡି ଆଜି ପାଟକୁରା ପାଇଁ ସାବିତ୍ରୀଙ୍କ ନାଁ ଘୋଷଣା କରିବା ପରେ ସେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ବିପକ୍ଷରେ ଲଢ଼ିବେ ବୋଲି ସ୍ପଷ୍ଟ ହୋଇଛି।
‘‘ମତେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପାଟକୁରାରୁ ପ୍ରାର୍ଥୀ କରିଥିବାରୁ ମୁଁ ତାଙ୍କୁ କୃତଜ୍ଞତା ଜଣାଉଛି। ବେଦପ୍ରକାଶ ଅଗ୍ରୱାଲଙ୍କୁ ଯେମିତି ପାଟକୁରାବାସୀ ସହଯୋଗ କରୁଥିଲେ ମୋ’ ପ୍ରତି ସେମିତି ସହଯୋଗ ରହୁ। ବେଦପ୍ରକାଶଙ୍କ ଅଧୁରା କାମ ମୁଁ ପୂରଣ କରିବାକୁ ଚେଷ୍ଟା କରିବି’’, କହିଛନ୍ତି ସାବିତ୍ରୀ ଅଗ୍ରୱାଲ।

















