ଓଡ଼ିଶାଲାଇଭ୍ ବ୍ୟୁରୋ

ସାମୁଦ୍ରିକ ଝଡ଼ ‘ଫନି’କୁ ନେଇ ଚାରିଆଡ଼େ ଚର୍ଚ୍ଚା। ଫନି ଓଡ଼ିଶା ମୁହାଁ ହୋଇଥିବାରୁ କେଉଁଠି ଲ୍ୟାଣ୍ଡଫଲ୍ କରିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଆମେରିକୀୟ ସଂସ୍ଥା ଜେଟିଡବ୍ଲ୍ୟୁସି ଏକ ପୂର୍ବାନୁମାନ କରିଛି। ‘ଫନି’ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଉଦୟଗିରି ନିକଟରେ ଲ୍ୟାଣ୍ଡଫଲ୍ କରିପାରେ ବୋଲି ସୂଚନା ମିଳିଛି।

ଜେଟିଡବ୍ଲ୍ୟୁସି ପକ୍ଷରୁ କୁହାଯାଇଛି ଯେ ୩ ତାରିଖ ଅପରାହ୍ଣରେ ଉଦୟଗିରି ନିକଟରେ ଫନି ଲ୍ୟାଣ୍ଡଫଲ୍ କରିପାରେ। ସେତେବେଳେ ପବନର ବେଗ ଘଣ୍ଟାକୁ ୧୮୫ କିଲୋମିଟର ରହିପାରେ। ଏହାପରେ ଖୋର୍ଦ୍ଧା, କଟକ, ଢ଼େଙ୍କାନାଳ, ଭଦ୍ରକ, ବାଲେଶ୍ୱର ଏବଂ ମୟୁରଭଞ୍ଜ ଦେଇ ଫନି ପଶ୍ଚିମବଙ୍ଗ ଯିବ।

Comment