ଓଡ଼ିଶାଲାଇଭ୍ ବ୍ୟୁରୋ

ସାମୁଦ୍ରିକ ଝଡ଼ ‘ଫନି’ ପୁରୀ ନିକଟରେ ଲ୍ୟାଣ୍ଡଫଲ କରିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଉଛି।

ପୁରୀ ନିକଟରେ ଲ୍ୟାଣ୍ଡଫଲ କରିବ ସାମୁଦ୍ରିକ ଝଡ଼ ‘ଫନି’। ଏବେ ଫନି ପୁରୀଠାରୁ ୮୩୦ କିଲୋମିଟର ଦୂରରେ ରହିଛି। ଫନି ପ୍ରଭାବରେ ପ୍ରବଳ ବର୍ଷା ସହ ଝଡ଼ ଲାଗି ରହିବ। ମେ’୨ରୁ ଉପକୂଳ ଅଞ୍ଚଳରେ ବର୍ଷା ଲାଗି ରହିବ। ମେ’୩ରେ ସାରା ରାଜ୍ୟରେ ବର୍ଷା ଲାଗି ରହିବ।

ମେ’୨ ତାରିଖରେ ରାଜ୍ୟରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ମେ’୩ ତାରିଖରେ ପବନର ବେଗ ବଢ଼ି ୬୦ରୁ ୭୦ କିଲୋମିଟର ରହିବ। ଲ୍ୟାଣ୍ଡଫଲ ହେବା ସ୍ଥାନରେ ପବନର ବେଗ ୧୭୦ରୁ ୧୮୦ କିଲୋମିଟର ରହିବ। ତେବେ ନିର୍ଦ୍ଦିଷ୍ଟ ଭାବେ ଫନି କେଉଁଠି ଓ କେତେବେଳେ ଲ୍ୟାଣ୍ଡଫଲ କରିବ ଏନେଇ ଅପରାହ୍ଣରେ ସ୍ପଷ୍ଟ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Comment