ଓଡ଼ିଶାଲାଇଭ୍ ବ୍ୟୁରୋ

ସାମୁଦ୍ରିକ ଝଡ଼ ଫନି ପାଇଁ ଦୁଇ ଦିନ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ। ୨ ଏବଂ ୩ ତାରିଖରେ ହାଇକୋର୍ଟର ସମସ୍ତ କାର୍ଯ୍ୟ ବନ୍ଦ ରହିବ ବୋଲି ଜଣାପଡ଼ିଛି।

ବୁଧବାର ଦିନ କଟକ ବାର୍ ଆସୋସିଏସନ ଏବଂ କ୍ରିମିନାଲ ବାର ଆସୋସିଏସନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଫନି ପାଇଁ ଦୁଇ ଦିନ ହାଇକୋର୍ଟ ବନ୍ଦ ରଖିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ବାର୍ ଆସୋସିଏସନ ଏ ସମ୍ପର୍କରେ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ଅବଗତ କରିଥିଲେ।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ହାଇକୋର୍ଟ ଦୁଇ ଦିନ ବନ୍ଦ ରଖାଯାଇଛି।

Comment