ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ହିନ୍ଦୀ ସିରିଏଲ ଜଗତରେ ବେଶ ଲୋକପ୍ରିୟ ଅଭିନେତ୍ରୀ ହେଲେ ସୁହାସୀ ଧାମୀ। ଏବେ ଏହି ଅଭିନେତ୍ରୀ ବେଶ ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ଚର୍ଚ୍ଚାର କାରଣ ହେଲା ସିରିଏଲ ‘ଆପକେ ଆଜାନେସେ’।

ଏହି ସିରିଏଲରେ ସେ ୪୨ ବର୍ଷୀୟା ମହିଳା ଭୂମିକାରେ ଅଭିନୟ କରିଛନ୍ତି, ଯାହାକୁ ନେଇ ସବୁଠି ଚର୍ଚ୍ଚା। କାରଣ ଜଣେ ୪୨ ବର୍ଷୀୟ ମହିଳାଙ୍କ ପ୍ରେମରେ ଜଣେ ୨୪ ବର୍ଷର ଯୁବକ ପଡ଼ିଛନ୍ତି। ଏହି ପ୍ରେମ କାହାଣୀକୁ ନେଇ ସିରିଏଲର କାହାଣୀ ଗତିଶୀଳ ହୋଇଛି। ଯାହାକୁ ନେଇ ସବୁଠି ଚର୍ଚ୍ଚା ହେଉଛି।

ସିରିଏଲରେ ତାଙ୍କ ଅଭିନୟକୁ ଦର୍ଶକ ଖବୁ ପସନ୍ଦ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ବେ ଅନେକ ଲୋକପ୍ରିୟ ସିରିଏଲରେ କାମ କରିଛନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଅଭିନେତ୍ରୀ ହିନ୍ଦୀ ସିରିଏଲ କରିବା ସହ ସାଉଥରେ ଫିଲ୍ମ ମଧ୍ୟ କରିଛନ୍ତି।

୨୦୦୮ରେ ଏହି ଅଭିନେତ୍ରୀ ‘ହାଗେ ସୁମାନେ’ ନାମକ ଏକ କାନାଡା ଫିଲ୍ମ ଓ ‘ଭାଦେ କାଭଲି’ ନାମକ ଏକ ତେଲୁଗୁ ଫିଲ୍ମରେ ଅଭିନୟ କରିଥିଲେ।

Comment