ଓଡ଼ିଶାଲାଇଭ୍ ବ୍ୟୁରୋ

ପାଣିପାଗ ସମ୍ବନ୍ଧିତ ସମସ୍ୟାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର ଆଲର୍ଟ ଜାରି କରାଯାଇଥାଏ। ଏହି ଆଲର୍ଟ ବିଭିନ୍ନ ରଙ୍ଗର ନାମରେ ଜାରି ହୋଇଥାଏ ଯେମିତିକି ଗ୍ରୀନ ଆଲର୍ଟ, ରେଡ୍ ଆଲର୍ଟ, ଅରେଞ୍ଜ ଆଲର୍ଟ, ୟେଲୋ ଆଲର୍ଟ। ଲୋକମାନଙ୍କୁ ସଚେତନ କରିବା ପାଇଁ ଏହି ଆଲର୍ଟ ଜାରି ହୋଇଥାଏ। ତେବେ ଅଧିକାଂଶ ଲୋକ ହୁଏତ ଏହି ଆଲର୍ଟର ଅର୍ଥ ଜାଣି ନଥାଇ ପାରନ୍ତି।

ତେବେ ଆସନ୍ତୁ ଜାଣିବା ପାଣିପାଗ ବିଭାଗ ତରଫରୁ ଜାରି ହେଉଥିବା ଏହି ଆଲର୍ଟର ଅର୍ଥ କ’ଣ?

ଗ୍ରୀନ ଆଲର୍ଟ – କୌଣସି ବିପଦ ନାହିଁ

ଗ୍ରୀନ ଆଲର୍ଟ ଜାରି ହେବା ଦ୍ଵାରା ଏହା ସୂଚିତ ହୋଇଥାଏ ଯେ, କୌଣସି ବିପଦ ନାହିଁ। ପାଗ ଠିକ ରହିଛି। କୌଣସି ଭୟଙ୍କର ପରିସ୍ଥିତି ଉପୁଜିବାର ଆଶଙ୍କା ନାହିଁ।

ୟେଲୋ ଆଲର୍ଟ- ବିପଦ ପ୍ରତି ସଚେତନ

ୟେଲୋ ଆଲର୍ଟର ଲୋକମାନଙ୍କୁ ବିପଦ ପ୍ରତି ସଚେତନ କରିଥାଏ। ଏହି ଆଲର୍ଟ ସୂଚିତ କରିଥାଏ ଯେ ଆଗାମୀ ସମୟରେ କୌଣସି ବିପଦ ଆସିପାରେ। ବିପଦ ପରିସ୍ଥିତିର ମୁକାବିଲା କରିବା ପାଇଁ ସଚେତନ ରହିବାକୁ ଏହି ଆଲର୍ଟ ଜାରି ହୋଇଥାଏ।

ଅରେଞ୍ଜ ଆଲର୍ଟ – ବିପଦର ମୁକାବିଲା ପାଇଁ ପ୍ରସ୍ତୁତି

ଏହି ଆଲର୍ଟ ବିପଦ ପ୍ରତି ସାବଧାନ ରହିବାକୁ ଓ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଜାରି ହୋଇଥାଏ। ଯାତାୟତ ସମୟରେ ସାବଧାନ ରହିବାକୁ ଅରେଞ୍ଜ ଆଲର୍ଟ ଜରିଆରେ ସୂଚିତ କରାଯାଇଥାଏ।

ରେଡ୍ ଆଲର୍ଟ – ବିପଦ

ରେର୍ଡ ଆଲର୍ଟର ଅର୍ଥ ବିପଦ। ରେଡ୍ ଆଲର୍ଟ ଜରିଆରେ ବହୁ କ୍ଷୟକ୍ଷତି ହେବାର ସମ୍ଭାବନା ସମ୍ପର୍କରେ ସୂଚିତ କରାଯାଇଥାଏ।

Comment