ଓଡ଼ିଶାଲାଇଭ ବ୍ୟୁରୋ

ଆସନ୍ତାକାଲି ଅପରାହ୍ନରେ ବାତ୍ୟା ‘ଫନି’ ସ୍ଥଳଭାଗ ଛୁଇଁବ। ଏହି ସମୟରେ ଘଣ୍ଟାପ୍ରତି ପବନର ବେଗ ୧୭୦ରୁ ୧୮୦ କିମି ରହିବା ସହ ବର୍ଷାମଧ୍ୟ ଅଧିକ ହେବ। ଏହାକୁ ଦୃଷ୍ଟିରେ ରଖି ଆଜି ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ। ଆଜି ସଂଧ୍ୟାସୁଦ୍ଧା ପାଖାପାଖି ୮ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ।

ସେମାନଙ୍କୁ ୮୭୯ଟି ବାତ୍ୟାଆଶ୍ରୟସ୍ଥଳୀ ସହିତ ସ୍କୁଲ ଓ କଲେଜରେ ରଖାଯିବ। ଲୋକମାନଙ୍କୁ ମାଗଣାରେ ରନ୍ଧାଖାଦ୍ୟ ଦିଆଯିବ। ପ୍ରଥମେ ମହିଳା, ଶିଶୁ, ବୟସ୍କ ଏବଂ ଦିବ୍ୟାଙ୍ଗଙ୍କ ସୁରକ୍ଷା ଉପରେ ପ୍ରାଧାନ୍ୟ ଦିଆଯିବ।”

“ପ୍ରଭାବିତ ଅଞ୍ଚଳକୁ ବିଦ୍ୟୁତ୍‌, ପାନୀୟ ଜଳ ଯୋଗାଣକୁ ଗୁରୁତ୍ୱ ଦିଆଯିବ। ବାତ୍ୟା ଫନିର ମୁକାବିଲା ଲାଗି ଆମେ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛୁ। ପ୍ରତ୍ୟେକ ଜୀବନ ଆମ ପାଇଁ ମୂଲ୍ୟବାନ ଏବଂ ଜିରୋ କାଜୁଆଲିଟି ହେଉଛି ଆମର ମିଶନ” ଗତକାଲି ମୁଖ୍ୟମନ୍ତ୍ରୀ ସମୀକ୍ଷଆ ବୈଠକ କରିବା ପରେ ଏହା କହିଛନ୍ତି।

Comment