ଓଡ଼ିଶାଲାଇଭ ବ୍ୟୁରୋ

ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହୋଇସାରିଛି ‘ଫନି’। ଏହା ଏବେ ପୁରୀଠୁ ୩୬୦ କିମି ଦୂରରେ ଅଛି। ସେହିପରି ପାଣିପାଗ ବିଭାଗର ସଦ୍ୟତମ ସୂଚନାନୁସାରେ ଏହା ଆସନ୍ତାକାଲି ସକାଳ ୧୦ରୁ ୧୨ଟା ମଧ୍ୟରେ ପୁରୀ ପାଖାପାଖି ଲ୍ୟାଣ୍ଡଫଲ କରିପାରେ। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଲୱେ ଅଧିକ ଟ୍ରେନକୁ ବାତିଲ କରିଦେଇଛି।

ପୂର୍ବତଟ ରେଲୱେର ସଦ୍ୟତମ ବୁଲେଟିମ୍ ଅନୁସାରେ ୪ଟି ଟ୍ରେନ ଭୁବନେଶ୍ୱର-ବାଙ୍ଗିରପୋଷୀ ସୁପରଫାଷ୍ଟ ଏକ୍ସପ୍ରେସ, ସିକନ୍ଦରାବାଦ-କାମାକ୍ଷା ଏକ୍ସପ୍ରେସ, ରାଜ୍ୟରାଣୀ ଏକ୍ସପ୍ରେସ, ସନ୍ତ୍ରାଗାଚି-ଚେନ୍ନାଇ ସ୍ପେଶାଲ ଟ୍ରେନକୁ ବାତିଲ କରାଯାଇଛି।

ସେହପରି ୩ଟି ଟ୍ରେନର ରୁଟକୁ ଚେଞ୍ଜ କରାଯାଇଛି। ଅମ୍ରିତଶର-ବିଶାଖାପଟନମ୍ ହିରାକୁଦ ଏକ୍ସପ୍ରେସର ରୁଟ ବଦଳାଯାଇଛି ଏହା ସମ୍ବଲପୁର-ଟିଟିଲାଗଡ଼ ଦେଇ ଆସିବ।

ଗତକାଲି ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଲୱେ ୧୦୩ଟି ଟ୍ରେନକୁ ବାତିଲ କରିଥିଲେ। ଏହା ୨ରୁ ୩ତାରିଖ ମଧ୍ୟରେ ଥିଲା। ବାତ୍ୟା ‘ଫନି’ ଏବେ ଘଣ୍ଟାପ୍ରତି ୧୬କିମି ବେଗରେ ଗତି କରୁଛି। ରାଜ୍ୟସରକାରଙ୍କ ତରଫରୁ ସ୍ଥାନାନ୍ତରଣ ପ୍ରକ୍ରିୟା ଜାରି ରହିଛି। ଯାହା ସୂଚନା ମିଳିଛି ଏ ଯାଏଁ ଅଢ଼େଇ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇସାରିଛି। ସନ୍ଧ୍ୟା ସୁଦ୍ଧା ଏହାକୁ ଶେଷ କରାଯିବ।

Comment