ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାମୁହାଁ ବାତ୍ୟା ‘ଫନି’। ପାଣିପାଗ ବିଭାଗ ସୂଚନାନୁସାରେ ଆସନ୍ତାକାଲି ଅପରାହ୍ନ ୫.୩୦ରେ ଏହା ସ୍ଥଳଭାଗ ଛୁଇଁବା ସହ ଲ୍ୟାଣ୍ଡଫଲ କରିବ। ଏହାକୁ ଦୃଷ୍ଟିରେ ରଖି ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ‘ଫନି’ ପ୍ରଭାବିତ ବିଭିନ୍ନ ଜିଲ୍ଲାଲାଗି ଅରେଞ୍ଜ,ୟଲୋ,ରେଡ ଆଲର୍ଟ ଜାରି କରାଯାଇଛି।

ପାଣିପାଗ ବିଭାଗର ସୂଚନାନୁସାରେ ଆଜି ଓ ଆସନ୍ତାକାଲି ଲାଗି ୭ଟି ଜିଲ୍ଲାପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଗଜପତି, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, କୋରାପୁଟ,ରାୟଗଡ଼ା ଓ କନ୍ଧାମାଳ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ସେହପରି ଆସନ୍ତାକାଲି ଓ ୪ତାରିଖ ପାଇଁ ୧୭ଟି ଜିଲ୍ଲାଲାଗି ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଗଜପତି,ପୁରୀ,ଖୋର୍ଦ୍ଧା, ନୟାଗଡ଼,ଗଞ୍ଜାମ,କଟକ, ଜଗତସିଂହପୁର,ଭଦ୍ରକ,ଯାଜପୁର,କନ୍ଧମାଳ,ରାୟଗଡ଼ା,କନ୍ଧମାଳ, ଢେଙ୍କାନାଳ,ଅନୁଗୁଳ,ମୟୂରଭଞ୍ଜ ଭଳି ଜିଲ୍ଲାଲାଗି ରେଡ ଆଲର୍ଟ ଜାରି କରାଯାଇଛି।

ସେହିପରି ଗଞ୍ଜାମ,କନ୍ଧମାଳ,ସମ୍ବଲପୁର,ଦେବଗଡ ଲାଗି ୟଲୋ ଆଲର୍ଟ ଜାରି କରାଯାଇଛି। ୪ରୁ ୫ତାରିଖ ମଧ୍ୟରେ ୬ଜିଲ୍ଲାପାଇଁ ରେଡ ଆଲର୍ଟ ଜାରି କରାଯାଇଛି। କହିରଖୁଛୁ ଯେଉଁ ଜିଲ୍ଲାପାଇଁ ରେଡ ଆଲର୍ଟ ରହିଛି ସେହି ଜିଲ୍ଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୟଲୋ ଓ ଅରେଞ୍ଜ ଆଲର୍ଟ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

Comment