ଓଡ଼ିଶାଲାଇଭ୍ ବ୍ୟୁରୋ

-କେଶର ହଜମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥାଏ। କିଡନୀ, ମୂତ୍ରାଶୟ ଏବଂ ଲିଭରଜନିତ ସମସ୍ୟାକୁ ଦୂର କରି ରକ୍ତ ବିଶୋଧନ କରିଥାଏ କେଶର।

-ଋତୁସ୍ରାବରେ ଅନିୟମିତତା ହେଉଥିଲେ ଗରମ ଦୁଗ୍ଧରେ କେଶରର ୪-୫ଟି ପାଖୁଡ଼ା ପକାଇ ପିଅନ୍ତୁ।

-ଗ୍ୟାସ୍ ବା ଏସିଡିଟିଜନିତ ସମସ୍ୟା ପାଇଁ କେଶର ଖୁବ୍ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ।

-ରାତିରେ ଶୋଇବା ପୂର୍ବରୁ ହାଲ୍କା ଉଷୁମ ଦୁଗ୍ଧରେ ପକାଇ ପିଇବା ଦ୍ୱାରା ଅନିଦ୍ରାଜନିତ ରୋଗ ଓ ଅବସାଦ ଦୂର ହୋଇଥାଏ।

-କେଶର ଦୃଷ୍ଟିଶକ୍ତି ବଢ଼ାଇଥାଏ ବୋଲି ଏକ ସର୍ଭେରୁ ଜଣାପଡ଼ିଛି।

-ନିୟମିତ ଭାବେ ଦୁଗ୍ଧରେ କେଶର ପକାଇ ପିଇଲେ ତ୍ୱଚାର ରଙ୍ଗ ଉଜ୍ଜ୍ୱଳ ହୋଇଥାଏ।

Comment