ଓଡ଼ିଶାଲାଇଭ ବ୍ୟୁରୋ

- ସକାଳ ୮ଟାରେ ପୁରୀ ନିକଟରେ ବାତ୍ୟା ଫନି ସ୍ଥଳଭାଗ ଛୁଇଁଲା।
-
ଫନି ପ୍ରଭାବ ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ। ସହରର ବିଭିନ୍ନ ଅଞ୍ଚଳରେ ଅନେକ ସଂଖ୍ୟକ ଗଛ ଭାଙ୍ଗିବା ଫଳରେ ରାସ୍ତା ଅବରୋଧ।
- ଓଡ୍ରାଫ ଟିମ ପକ୍ଷରୁ ରାଜଧାନୀରେ ଗଛକଟା ଓ ରାସ୍ତା ଅବରୋଧ ହଟାଇବା ପାଇଁ ଉଦ୍ୟମ ଜାରି। ଦିନ ୧୦ଟା ୩୦ ବେଳେ ଭୁବନେଶ୍ୱରରେ ପବନର ବେଗ ପ୍ରାୟ ୧୦୦ କିମି ଥିଲା।
-
ପାଣିପାଗ ବିଭାଗ ସୂଚନା ଦେଇଛନ୍ତି ଯେ ସକାଳ ୭ଟା୩୦ରେ ପୁରୀରେ ପବନର ବେଗ ଘଣ୍ଟା ପ୍ରତି ସର୍ବାଧିକ ୧୪୨ କିମି ଥିଲା।
- ପଡ଼ୋଶୀ ଭାଇଜାଗ, ବିଶାଖାପାଟଣା ଓ ଶ୍ରୀକାକୁଲମ ଜିଲ୍ଲାରେ ବର୍ଷା ଓ ଗଛ ପଡିବା ବ୍ୟତୀତ ବିଶେଷ କ୍ଷତି ହୋଇନାହିଁ।

- ଫନି ପ୍ରଭାବରେ ଓଡ଼ିଶାରେ ୧୪ ଜିଲ୍ଲାର ୧୦ହଜାର ଗାଁ କ୍ଷତିଗ୍ରସ୍ତ।
- ପୁରୀ, କୋଣାର୍କ ଅଂଚଳରେ ଅନେକ ତଳୁଆ ଗାଁରେ ପାଣି ପଶିଲା। ଚାରିଆଡ଼େ ବିଧ୍ୱସ୍ତର ଚିତ୍ର।
- ପୁରୀ ଆଖପାଖ ଅନେକ ଗାଁରେ ଚାଳ ଘର କ୍ଷତିଗ୍ରସ୍ତ। ତୁହାକୁ ତୁହା ପବନ ଯୋଗୁଁ ଉଦ୍ଧାର କାର୍ଯ୍ୟ ବ୍ୟାହତ।
- ସାକ୍ଷୀଗୋପାଳରେ ନଡ଼ିଆ ଗଛ ପଡ଼ି ଜଣେ ଯୁବକ ମୃତ। ମୃତ୍ୟୁ ସଂଖ୍ୟା ବଢ଼ିପାରେ।
- ଶୁକ୍ରବାର ଦିନ ୧୧ଟା ପର୍ଯ୍ୟନ୍ତ ଲ୍ୟାଣ୍ଡଫଲର ପ୍ରଭାବ ଦେଖିବାକୁ ମିଳିଥିଲା।