ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ପ୍ରଭାବିତଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୋଟିଏ ମାସର ଦରମା ଛାଡ଼ିଛନ୍ତି। ସେ ତାଙ୍କ ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦେଇଛନ୍ତି। ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟ ବର୍ଷକର ଦରମା ବାତ୍ୟା ପ୍ରଭାବିତଙ୍କୁ ଦେଇଛନ୍ତି।

ଧର୍ମେନ୍ଦ୍ର କହିଛନ୍ତି, ‘‘ଓଡ଼ିଶାର ବଡ଼ ପୁନଃ ନିର୍ମାଣ କାର୍ଯ୍ୟ ପାଇଁ ମୁଁ ଗୁଣ୍ଡୁଚି ମୂଷା ରୂପେ ସାହାଯ୍ୟ କରିଛି। ମୋ’ ମାସକର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛି। ଜଣେ ଦାୟିତ୍ୱ ସମ୍ପନ୍ନ ଓଡ଼ିଆ ଭାବେ ମୁଁ ମୋ’ ଦାୟିତ୍ୱ ତୁଲାଇଛି। ଆମେ ସମସ୍ତେ ମିଶି ଓଡ଼ିଶାକୁ ଗଢ଼ିବା’’

Comment