ଓଡ଼ିଶାଲାଇଭ୍ ବ୍ୟୁରୋ

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ପୋଲିସ ଓ ଅପରାଧୀ ମଧ୍ୟରେ ଗୁଳିବିନିମୟ। ଏହି ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ସ୍ୱାଇଁ  ଗୁରୁତର ଭାବେ ଆହତ ହୋଇଛି। ମନୋଜର ବାମ ଗୋଡ଼ରେ ଗୁଳି ବାଜିଥିବା ସୂଚନା ମିଳିଛି।

ଶୁକ୍ରବାର ଭୋର ସାଢ଼େ ୪ଟା ବେଳେ ଖଲ୍ଲିକୋଟ ଥାନା ନାରାୟଣୀ ମନ୍ଦିର ରାସ୍ତାରେ ପୋଲିସ ଓ ଅପରାଧୀ ମୁହାଁମୁହିଁ ହୋଇଥିଲେ। ଅପରାଧୀମାନେ ପ୍ରଥମେ ପୋଲିସ୍ ଉପରକୁ ଗୁଳି ଚଳାଇଥିଲେ। ତେବେ ପୋଲିସର ପାଲଟା ଜବାବରେ ଅପରାଧୀ ମନୋଜ ସ୍ୱାଇଁ ଗୁରୁତର ଭାବେ ଆହତ ହୋଇଛି।

ମନୋଜର ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ଖଲ୍ଲିକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ତାକୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଗୁଳି ବିନିମୟରେ ୪ ଜଣ ପୋଲିସ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି।

ଘଟଣାସ୍ଥଳରୁ ପୋଲିସ ଗୋଟିଏ ମାଉଜର, ଦୁଇଟି ଗୁଳି, ବାଇକ୍‌ ଓ ଗୋଟିଏ ମ୍ୟାଗାଜିନ୍‌ ଜବତ କରିଛି। ଏହି ଘଟଣାରେ ମନୋଜର ଜଣେ ସହଯୋଗୀ ଫେରାର ହୋଇଯାଇଥିବା ବେଳେ ପୋଲିସୁ ତାକୁ ଖୋଜିବା ପାଇଁ ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here