ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ଫନି ପାଇଁ ଆଗାମୀ ଶନିବାର ଓ ରବିବାର ୫ଟି ଜିଲ୍ଲାରେ ସରକାରୀ ଅଫିସ ଖୋଲା ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ଓ ରବିବାର ଅଫିସ ଆସିବେ କର୍ମଚାରୀ। ପୁରୀ, କଟକ ଓ ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ଖୋଲା ରହିବ ଅଫିସ।

ଏହି ୫ ଜିଲ୍ଲାରେ ବ୍ୟାପକ କ୍ଷତି କରିଥିଲା ଫନି। ବଡ଼ ବଡ଼ ଗଛ ଉପୁଡ଼ି ଯିବା ସହ ବିଦ୍ୟୁତ ଖୁଣ୍ଟ ମଧ୍ୟ ଭାଙ୍ଗି ଯାଇଥିଲା। ବିଜୁଳି ଏବଂ ଇଣ୍ଟରନେଟ୍ ସେବା ବ୍ୟାହତ ହେବାରୁ ସରକାରୀ ଅଫିସରେ କୌଣସି କାମ ହୋଇପାରି ନଥିଲା। ଏସବୁକୁ ଦୃଷ୍ଟିରେ ରଖି ଶନିବାର ଓ ରବିବାର ସରକାରୀ ଅଫିସ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

Comment