ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାଲାଇଭ ପକ୍ଷରୁ ଜନକଲ୍ୟାଣ ସାମ୍ବାଦିକତା ଅଭିଯାନ ଲାଗି କ୍ରାଉଡ୍ ଫଣ୍ଡିଂ ମାଧ୍ୟମରେ ଲୋକଙ୍କ ସହଯୋଗ କାମନା।

ଭୀଷଣ ସାମୁଦ୍ରିକ ଝଡ଼ ଫନି ଓଡ଼ିଶା ଉପକୂଳରେ ଯେଉଁ ତାଣ୍ଡବ ସୃଷ୍ଟି କରିଛି ସେଥିରେ ପୁରୀ ଓ ଖୋର୍ଦ୍ଧା ସମେତ ରାଜ୍ୟର ୧୪ଟି ଜିଲ୍ଲା ପ୍ରଭାବିତ ହୋଇଛି। ୧୯୯୯ର ମହାବାତ୍ୟାଠାରୁ ଭୟଙ୍କର ରୂପ ଧାରଣ କରିଥିବା ଏହି ବିପର୍ଯ୍ୟୟ ଫଳରେ ରାଜ୍ୟର ଦେଢ଼ କୋଟିରୁ ଅଧିକ ଜନସଂଖ୍ୟା ପ୍ରଭାବିତ ହୋଇଛନ୍ତି। ବିଶେଷକରି ପୁରୀ ସହର ଓ ପୁରୀ ଜିଲ୍ଲାର ସମସ୍ତ ବ୍ଲକ୍ ଏହି ବାତ୍ୟା ମାଡ଼ରେ ଛାରଖାର ହୋଇଯାଇଛି।

ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ ଏବଂ ଭିଡିଓ ଷ୍ଟୋରି କରିବା ଲାଗି ଆପଣଙ୍କ ସହଯୋଗ ଲୋଡୁଛି ରାଜ୍ୟର ଅଗ୍ରଣୀ ଡିଜିଟାଲ ପ୍ଲାଟଫର୍ମ ଓଡ଼ିଶାଲାଇଭ୍। ଏହି ଜନକଲ୍ୟାଣ ସାମ୍ବାଦିକତା ଅଭିଯାନ ମାଧ୍ୟମରେ ଦେଶ ବିଦେଶରେ ଥିବା ଲୋକଙ୍କ ଆର୍ଥିକ ସହଯୋଗ ବାତ୍ୟା ପ୍ରଭାବିତ ଅଂଚଳରୁ ଲଗାତାର ରିପୋର୍ଟ ପ୍ରସ୍ତୁତ କରିବା କ୍ଷେତ୍ରରେ ଓଡ଼ିଶାଲାଇଭକୁ ସାମର୍ଥ୍ୟ ଯୋଗାଇବ ବୋଲି ଏହାର ସମ୍ପାଦକ ତଥା ସିଇଓ ନୀଳାମ୍ବର ରଥ କହିଛନ୍ତି।

https://rzp.io/l/cyclonefani – ଏହି ଲିଙ୍କରେ କ୍ଲିକ୍ କରି ଆପଣ ସିଧାସଳଖ ଭାବେ ଇଚ୍ଛା ମୁତାବକ ଦାନ କରିପାରିବେ ଏବଂ ଓଡ଼ିଶାଲାଇଭ୍ର ଏହି ପବ୍ଲିକ ଇଂଟ୍ରେଷ୍ଟ ଜର୍ନାଲିଜିମ ଇନିସିଏଟିଭ ସହ ଯୋଡ଼ିହୋଇ ପାରିବେ।

କ୍ରାଉଡ୍ ଫଣ୍ଡିଙ୍ଗ ବା ସର୍ବସାଧାରଣଙ୍କ ସହଯୋଗ ରାଶି ମାଧ୍ୟମରେ ଏହି ଅଭିଯାନରୁ ଯେଉଁ ଅର୍ଥ ଆସିବ ତାକୁ ଓଡ଼ିଶାଲାଇଭ୍ ମିଡ଼ିଆ ଫନି ପ୍ରଭାବିତ ଅଂଚଳର ସ୍ୱତନ୍ତ୍ର କଭରେଜରେ ପାଇଁ ଖର୍ଚ୍ଚ କରିବ। ଅଭିଯାନ ଶେଷରେ ଆଦାୟ ହୋଇଥିବା ଅର୍ଥ ଏବଂ ଖର୍ଚ୍ଚର ଏକ ସାମଗ୍ରିକ ହିସାବ ଦାନ କରିଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ସାର୍ବଜନୀନ କରାଯିବ ବୋଲି ମିଡ଼ିଆର ସିଇଓ ସୂଚନା ଦେଇଛନ୍ତି।

ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ବାତ୍ୟାଞ୍ଚଳରେ ଚାଲିଥିବା ରିଲିଫ ଏବଂ ପୁନରୁଦ୍ଧାର କାର୍ଯ୍ୟ ସମ୍ପର୍କରେ ନିୟମିତ ତଥ୍ୟ ପ୍ରଦାନ କରିବା, ବାତ୍ୟା ବିଭୀଷିକାର ବାସ୍ତବ ଚିତ୍ର ତଥ୍ୟ ଏବଂ ଭିଡ଼ିଓ ମାଧ୍ୟମରେ ଡକୁମେଣ୍ଟ କରିବା, ବିଶେଷକରି ବାତ୍ୟା ବିପନ୍ନଙ୍କ ସ୍ୱର ବିଶ୍ୱବାସୀଙ୍କ ନିକଟରେ ପହଞ୍ଚାଇବା ଯାହାକି ଏଭଳି ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଜନ ସେବା। ଏହି ବିସ୍ତୃତ ରିପୋର୍ଟିଂ ମଧ୍ୟ ସରକାର, ନୀତି ନିର୍ଧାରକ ତଥା ଆଗାମୀ ଦିନରେ ନାଗରିକଙ୍କ ପାଇଁ ଏକ ଉପାଦେୟ ସୂଚନା ଭଣ୍ଡାର ହୋଇପାରିବ।

ଓଡ଼ିଶାଲାଇଭ୍ ହେଉଛି ଓଡ଼ିଶାର ଏକ ପରିଚିତ ଡ଼ିଜିଟାଲ ପ୍ଲାଟଫର୍ମ ଯାହାକି ୨୦୧୨ ମସିହାରୁ କାମ କରୁଛି। ଏହାର ନ୍ୟୁଜ୍ ପୋର୍ଟାଲ (www.odisha.live) ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ବର୍ଗ-‘କ’ ଅଧୀନରେ ତାଲିକାଭୁକ୍ତ ହୋଇଛି। ସେହିପରି ଓଡ଼ିଶାଲାଇଭର ୟୁଟ୍ୟୁବ ଚ୍ୟାନେଲ ୫ ଲକ୍ଷରୁ ଅଧିକ ସବସ୍କ୍ରାଇବର ଏବଂ ଏହାର ଫେସବୁକ୍ ପେଜ୍ ୫୦ ହଜାରରୁ ଅଧିକ ଲାଇକ୍ସ ହାସଲକରି ଦେଶବିଦେଶର ପାଠକ ଓ ଦର୍ଶକଙ୍କ ସହ ଯୋଡ଼ି ହୋଇପାରିଛି।

Comment